NEET PG କାଉନସେଲିଂରେ ବିଳମ୍ବ ଯୋଗୁଁ ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ପୋଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନରେ ସମସ୍ତ ସ୍ୱାସ୍ଥ୍ୟ ସେବା ବନ୍ଦ କରିବାକୁ ଚେତାବନୀ

ନୁଆଦିଲ୍ଲୀ, ଡିସେମ୍ବର ୨୮: NEET ସ୍ନାତକୋତ୍ତର ପରୀକ୍ଷା ପରେ କଲେଜ ଆବଣ୍ଟନ ବିଳମ୍ବକୁ ବିରୋଧ କରି ଆନ୍ଦୋଳନ ରତ ଡାକ୍ତରଙ୍କ ଉପରେ ପୋଲିସର ନିଷ୍ଠୁର କାର୍ଯ୍ୟାନୁଷ୍ଠାନ ଅଭିଯୋଗକୁ ନେଇ ସୋମବାର ଦିନ ଦିଲ୍ଲୀର ରେସିଡେଣ୍ଟାଲ ଡାକ୍ତର ଗୋଷ୍ଠୀ ଡାକ୍ତରୀ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏକ ମାସ ଧରି ଏହି ପ୍ରତିବାଦର ନେତୃତ୍ୱ ନେଉଥିବା ଫେଡେରେସନ୍ ଅଫ୍ ରେସିଡେଣ୍ଟାଲ୍ ଡକ୍ଟର ଆସୋସିଏସନ୍ (ଫୋର୍ଡା) କହିଛି ଯେ ଏହାର ୪,୦୦୦ ସଦସ୍ୟ ସୋମବାର ମଧ୍ୟରାତ୍ରିରେ ସରୋଜିନୀ ନଗର ପୋଲିସ ଷ୍ଟେସନରେ ଧାରଣାରେ ବସିଥିଲେ। ସେମାନେ କହିଥିଲେ ଯେ ଦିନକ ପୂର୍ବରୁ ସେମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କାର୍ଯ୍ୟାଳୟ ଆଡକୁ ଯିବାକୁ ସେମାନଙ୍କୁ ଅଟକାଯାଇଥିଲା। ସେପଟେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍‌ଆଇଏମଏ) ଏହା ସହ ଜଡିତ ଥିବା ସମସ୍ତ ଆରଡିଏ ତଥା ଭାରତର ଅନ୍ୟ ଡାକ୍ତର ସଙ୍ଗଠନଗୁଡ଼ିକୁ ବୁଧବାର ଠାରୁ ସ୍ୱାସ୍ଥ୍ୟ ସେବା ବନ୍ଦ କରିବାକୁ ଆହ୍ୱାନ କରିଛି । ୨୪ ଘଣ୍ଟା ମଧ୍ୟରେ ସରକାରଙ୍କ ତରଫରୁ ଯଦି କୌଣସି ଉପଯୁକ୍ତ ପ୍ରତିକ୍ରିୟା ଗ୍ରହଣ ନହୁଏ ତେବେ ବୁଧବାର ଦିନ ସମସ୍ତ ଜରୁରୀକାଳୀନ ସେବା ବନ୍ଦ କରିବ ବୋଲି ଏଫ୍‌ଆଇଏମଏ ରେସିଡେଣ୍ଟ ଡାକ୍ତର ସଂଘ ଫୋର୍ଡା ସମର୍ଥନରେ ବାହାରିଛି। ତେବେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଅତ୍ୟଧିକ ପରିଶ୍ରମ କରୁଛନ୍ତି ଏବଂ “୬୬ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରୁଛନ୍ତି” ବୋଲି ଅଭିଯୋଗ କରି ସେମାନେ ନୂତନ ଡାକ୍ତର ନିଯୁକ୍ତି ପାଇଁ ଦାବି କରୁଛନ୍ତି, ଯାହାକି ଏକ ବର୍ଷରୁ ଅଧିକ ସମୟ ଧରି ରହିଆସିଛି କାରଣ ସୁପ୍ରିମକୋର୍ଟ ଡାକ୍ତରୀ ଆଡମିଶନରେ ସଂରକ୍ଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରୁଛନ୍ତି।

Leave A Reply

Your email address will not be published.