ଜାନୁଆରୀରେ ୧୦ ଦିନ ବନ୍ଦ ରହିବ ଭିତରକାନିକା ଅଭ୍ୟାରଣ୍ୟ

କେନ୍ଦ୍ରାପଡ଼ା, ଡିସେମ୍ବର ୨୮ : ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ପଇଁ ଆସନ୍ତା ମାସରେ ପର୍ଯ୍ୟଟକଙ୍କ ପାଇଁ ୧୦ ଦିନ ବନ୍ଦ ରହିବ । ଏହି ପ୍ରକ୍ରିୟା ଜାନୁୟାରୀ ୨ ରୁ ଜାନୁୟାରୀ ୧୧, ୨୦୨୨ ପର୍ଯ୍ୟନ୍ତ ହେବାର ଯୋଜନା ଥିବାରୁ ଏହି ସମୟ ମଧ୍ୟରେ କ୍ୟାମ୍ପସରେ ବିଦେଶୀ ତଥା ସ୍ଥାନୀୟ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ହେବ ବୋଲି ଉଦ୍ୟାନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ପରେ ଅଭୟାରଣ୍ୟ ୧୨ ଜାନୁୟାରୀ ୨୦୨୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଜଙ୍ଗଲ ବିଭାଗର ଅଧିକାରୀମାନେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପଛରେ ଉଦ୍ଦେଶ୍ୟ ହେଉଛି ଯେତେବେଳେ କୌଣସି ପ୍ରକାରର ମନୁଷ୍ୟ ହସ୍ତକ୍ଷେପକୁ ଏଡ଼ାଇବା। ଯଦିଓ ଶୀତଋତୁରେ ପର୍ଯ୍ୟଟନ ପାଇଁ ଆଦର୍ଶ ସମୟ ଅଟେ, କିନ୍ତୁ କୁମ୍ଭିର ଗଣନା ବର୍ତ୍ତମାନ ହେବା ଆବଶ୍ୟକ, କାରଣ ଶୀତ ଋତୁ ମଧ୍ୟ ଗଣନା ପାଇଁ ଉପଯୁକ୍ତ ।

Leave A Reply

Your email address will not be published.