ବିଜେପି ନେତାଙ୍କ ଘରୁ ଡ଼କାୟତି,ନଗଦ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ

ଭୁବନେଶ୍ୱର,ଡିସେମ୍ବର 30 : ଭୁବନେଶ୍ୱର ମଞ୍ଚେଶ୍ୱର ଭୋଟ୍ଟପଡ଼ା ରେ ବିଜେପି ନେତାଙ୍କ ଘରୁ ଡ଼କାୟତି ହୋଇଛି । ନଗଦ ୩.୨ ଲକ୍ଷ ଟଙ୍କା ଓ ୩୦ ଭରି ଗହଣା ,ଦୁଇଟି ଫୋନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁଚନା ଅନୁସାରେ ୫ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ ତାଙ୍କ ଘରେ ପଶି ମାଡ଼ ମାରି ଲୁଟ୍ କରିଛନ୍ତି । ଏନେଇ ପରିବାର ଲୋକ ରାଜନୈତିକ ଶତୃତା ଆଡ଼କୁ ଇଙ୍ଗିତ କରିଛନ୍ତି । ଫୋରେନସିକ୍ ଟିମ୍ ସହ ମଞ୍ଚେଶ୍ୱର ପୋଲିସ୍ ର ମଧ୍ୟ ତନାଘନା ଆରମ୍ଭ କରିଦେଇଛି । କେବଳ ଏତିକି ନୁହେଁ ଅଭିଯୋଗ ମଧ୍ୟ ହୋଇଛି ଦୃର୍ବୁତ୍ତ ମାନେ ମାରାଣାତ୍ସ ରେ ଆକ୍ରମଣ ମଧ୍ୟ କରିଥିଲେ ଏହା ସହ ଅସଭ୍ୟ ଗାଳି ମଧ୍ୟ କରାଯାଇଥିବା କୁହାଯାଇଛି । ଏହି ଆକ୍ରମଣରେ ମହିଳାଙ୍କ ମୁଣ୍ଡରେ ଆଘାତ ହୋଇଛି । ସିସିଟିଭ କାମ କରୁନଥିବାରୁ ସେମାନଙ୍କୁ ସୁବିଧା ମଧ୍ୟ ହୋଇଥିବା ପରିବାର ଲୋକ କହିଛନ୍ତି ତଥାପି ପୋଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । 

Leave A Reply

Your email address will not be published.