ଦେଶରେ ୯୬୧ ଜଣ ହେଲେଣି ସଂକ୍ରମିତ

ନୂଆଦିଲ୍ଲୀ, ଡିସେମ୍ବର ୩୦ : ଦେଶରେ ମାଡିବାରେ ଲାଗିଲାଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଓମିକ୍ରନ ମାମଲା ଏବେ ସାମ୍ନାକୁ ଆସୁଛି । ସେହିପରି ଦେଶରେ ସମୁଦାୟ ୯୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଦିଲ୍ଲୀରେ ସର୍ବାଧିକ ୨୬୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ମହାରାଷ୍ଟ୍ରରେ ୨୫୨ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ସେହିପରି ଦିଲ୍ଲୀରେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି । ଦିନକରେ ୯୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ ୩୦ ତାରିଖ ପରଠାରୁ ଦିଲ୍ଲୀରେ ଏହା ସବୁଠାରୁ ଅଧିକ ସଂକ୍ରମଣ ଅଟେ । ସେହିପରି ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି ।  ଏହାସହିତ ମୁମ୍ବାଇରେ ଆଜିଠାରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ନୂଆବର୍ଷ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଲାଗିଛି । ଖୋଲା ସ୍ଥାନରେ କିମ୍ବା ହୋଟେଲରେ କୌଣସି ପ୍ରକାର ସେଲିବ୍ରେସନ ହେବ ନାହିଁ ।

Leave A Reply

Your email address will not be published.