୫ ମହାନଗର ର ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇବେ ସରକାର

ଭୁବନେଶ୍ୱର,ଡିସେମ୍ବର 31 : ରାଜ୍ୟ କ୍ୟାବିନେଟର ବସିଥିବା ଗୁରୁତ୍ୱପୁର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ ସୁଚନା ମିଳିଛି । ସବୁଠାରୁ ବଡ଼ ଖବର ହେଊଛି ୫ ମହାନଗର ପାଇଁ ଜମି ମିଶନକୁ କ୍ୟାବିନେଟ୍ ରେ ମଞ୍ଚୁରୀ ଦିଆଯାଇଛି । ୫ ମହାନଗର ର ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇବେ ସରକାର ୯୩୮ଟି ବସ୍ତିରୁ ୧ ଲକ୍ଷ ୯୦ ହଜାର ପରିବାର ଉପଲବ୍ଧ ହେବେ । ଏନେଇ ନିଷ୍ପତି ନେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦାମାନଙ୍କୁ ୪୫ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ ।ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ, ତେବେ ୩୦ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ । ଏତଦ ବ୍ୟତୀତ କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।

Leave A Reply

Your email address will not be published.