ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ଭୁବନେଶ୍ୱର,ଡିସେମ୍ବର 31 : ରାଜ୍ୟ କ୍ୟାବିନେଟର ବସିଥିବା ଗୁରୁତ୍ୱପୁର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ ସୁଚନା ମିଳିଛି । ତେବେ ଏହାରି ଭିତରେ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତି ନେଇ ଗ୍ରହଣ ହୋଇଛି । ଏଡ଼େଡ଼୍ ବେସରକାରୀ ହାଇସ୍କୁଲ୍‌, ଉଚ୍ଚ ପ୍ରାଥମିକ ସ୍କୁଲ,ମଦ୍ରାସା ଶିକ୍ଷକ ପାଇବେ । ସେହିପରି ଏଡ଼େଡ଼୍ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ପାଇବେ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୁତନ ବେତନ ପାଇବେ ,ନୁତନ ବର୍ଦ୍ଧିତ ବେତନ ୧.୧.୨୦୨୨ ଠାରୁ ଲାଗୁ ହେବ । ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬,୬୬୪ କଲେଜ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ । ଏନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.