ଆଜି ‘ପଢ଼େ ଭାରତ’ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ ,ଜାନୁଆରୀ ୧ : ଆଜି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିବେ । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଆୟୋଜନ କରାଯିବ । ୧୦୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନ ୧୪ ସପ୍ତାହ ଧରି ଚାଲିବ । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶୈକ୍ଷିକ ପ୍ରଶାସକଙ୍କ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରରେ ସମସ୍ତ ହିତାଧିକାରୀଙ୍କ ଭାଗିଦାରୀତା ହାସଲ କରିବା ପଠନ ଅଭିଯାନର ଉଦ୍ଦେଶ୍ୟ । ବାଳବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ଅଭିଯାନର ଅଂଶ ହେବେ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡିବାରେ ସହାୟକ ହେବ ।

Leave A Reply

Your email address will not be published.