ଦିଲ୍ଳୀ-ମୁମ୍ବାଇ ପରେ ଏହି ସହର ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ, ଜାନୁଆରୀ ୦୩: କରୋନା ଭାଇରସ୍‌ ଓ ଏହାର ନୂଆ ଭାରିଆଣ୍ଟ ସମଗ୍ର ବିଶ୍ବ ସମେତ ଭାରତୀୟ ମାନଙ୍କ ମଧ୍ୟ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୧୧୯ ଜଣ ପ୍ରାଣ ହରାଇଛନ୍ତି। ଏଥି ସହିତ ୧୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ମୁମ୍ବାଇ ଓ ଦିଲ୍ଲୀ ପରେ କରୋନା ସଂକ୍ରମଣ କୋଲକାତାରେ ଅଧିକ ବ୍ୟାପିବାରେ ଲାଗିଛି। କୋଭିଡ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଆଗରେ। ଏହି ରାଜ୍ୟରେ ୧୧ ହଜାର ୮୭୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ପଶ୍ଚିମବଙ୍ଗରେ ୬୧୫୩, ଦିଲ୍ଲୀରେ ୩୧୯୪, କେରଳରେ ୨୮୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାମିଲନାଡୁ ଓ କେରଳରେ ମଧ୍ୟ ଦିନ‌କରେ ୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ମହାରାଷ୍ଟ୍ରରେ ରବିବାର କରୋନା ଅଧିକ ଚିନ୍ତା ବଢ଼ାଇଛି। କେବଳ ମୁମ୍ବାଇ ମହାନଗରରୁ ୮୦୬୩ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୦। ଏହା ବ୍ୟତୀତ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହପିରି କୋଲକାତାରେ ରବିବାର ୩୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରେ ଦିନ‌କରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୩୮କୁ ବୃଦ୍ଧି ପାଇଛି। 

Leave A Reply

Your email address will not be published.