କନ୍ଧମାଳ ଜିଲ୍ଲା ଖଜୁରୀପଡା ବି ଡ଼ି ଓ ଙ୍କୁ ଟାର୍ଗେଟ

କନ୍ଧମାଳ ଜିଲ୍ଲା (ବାପିନା ସାନ୍‌) : ବି.ଡି.ଓଙ୍କ ନାଁରେ ମିଥ୍ୟା ଅଭିଯୋଗ । ଆକ୍ରୋଶ ମୂଳକ ଭାବେ ଛପା ଯାଉଛି ଖବର । ଜାଣି ଶୁଣି ସର୍ବ ସମ୍ମୁଖରେ ବିଡିଓଙ୍କୁ କରାଯାଉଛି ଅପମାନ । ନ୍ୟାସ୍ତ ସ୍ୱାର୍ଥ ପାଇଁ ବିଡିଓଙ୍କ ବିରୁଦ୍ଧରେ ହୀନ ଚକ୍ରାନ୍ତ । କିଛି ଗଣମାଧ୍ୟମରେ ବିଡିଓଙ୍କ ନାଁରେ ମିଥ୍ୟା ଖବର ପ୍ରଶାରଣ ପରେ ଏବେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକର ବିଡିଓ ଶ୍ରୀ ରବିନ୍ଦ୍ର ନାଥ କଁହର ଏବେ ଚର୍ଚ୍ଚାରେ । କରୋନା ମହାମାରୀ ସମୟରେ ବିଶ୍ୱରେ ହାହାକାର ପରିସ୍ଥିତି ଉପୁଜି ଥିବା ବେଳେ ସାମ୍ନାକୁ ଆସିଥିଲେ ଅନେକ କରୋନା ଯୋଦ୍ଧା. ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକର ବିଡିଓ ଶ୍ରୀ ରବିନ୍ଦ୍ର ନାଥ କଁହର ମଧ୍ୟ ଜଣେ । ନିଜ ଜୀବନକୁ ବାଜି ଲଗାଇ କରୋନା କାଳରେ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ସରକାରଙ୍କ କୋଭିଡ ସହାୟତା ସାଙ୍ଗକୁ ଆବଶ୍ୟକ ସ୍ଥଳେ ନିଜ ପକେଟରୁ ଟଙ୍କା ବାହାର କରି କରୋନା ସମୟରେ ଅନେକ ଗରିବ ଅସହାୟ ମାନଙ୍କୁ ସାହାଯ୍ୟ କରିଛନ୍ତି ଶ୍ରୀ ରବିନ୍ଦ୍ର କଁହର । କିନ୍ତୁ ବିଗତ କିଛି ଦିନ ତଳେ ଜାଣି ଶୁଣି ଆକ୍ରୋଶ ମୂଳକ ଭାବେ ବିଡିଓଙ୍କୁ ଟାର୍ଗେଟ କରାଯାଇଥିଲା । ନିଚି ସ୍ୱାର୍ଥ ପାଇଁ ବିଡିଓ ଶ୍ରୀ ରବିନ୍ଦ୍ର ନାଥ କଁହରଙ୍କ ନାଁଆରେ ମିଥ୍ୟା ଖବର ଛପା ଯାଇଥିଲା । ଗରିବ ଅସହାୟ ମାନଙ୍କ ସହାୟତା ନିମନ୍ତେ ସଦାସର୍ବଦା ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଉଥିବା ଶ୍ରୀ ଯୁକ୍ତ କଁହରକୁ ବଦନାମ କରିବାକୁ କରାଯାଇଥିଲା ହୀନ ଚକ୍ରାନ୍ତ । ସୂଚନା ମୁତାବକ କିଛି ଦିନ ତଳେ କିଛି ଗଣମାଧ୍ୟମ ବିଡିଓ ଶ୍ରୀ ରବିନ୍ଦ୍ର କଁହରଙ୍କ ନାଁରେ କରୋନା ମହାମାରୀ ଟଙ୍କା ଲୁଟ ନେଇ ମିଥ୍ୟା ଏବଂ ଭିତ୍ତିହୀନ ଖବର ପ୍ରକାଶିତ କରିଥିଲେ ବାସ୍ତବରେ ଯାହାର କୌଣଷି ସତ୍ୟତା ନାଁହି । ଏନେଇ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଆମେ ମଧ୍ୟ ଏହି ଖବରର ସତ୍ୟାସତ ଜାଣିବା ପାଇଁ ପ୍ରୟାସ କରିଥିଲୁ ଯାହା ସାମ୍ନାକୁ ଆସିଥିଲା ତାହା ଆପଣ ମାନେ ମଧ୍ୟ ଜାଣନ୍ତୁ । କରୋନା ମହାମାରୀ ସମୟରେ କନ୍ଧମାଳ ଜିଲ୍ଲା ଖଜୁରା ପଡା ବ୍ଳକରେ ତା ୧୯.୦୪.୨୦୨୦ ରେ ୨୧ ଗୋଟି ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ ଶିବିର( ଟି.ଏମ.ସି) କାର୍ଯ୍ୟରତ କରାଯାଇଥିଲା । ସେ ସମୟରେ ୩୧୫ ଗୋଟି ବେଡ ବା ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିଲା । ଏହାପରେ ତା ୨୭.୦୪.୨୦୨୦ ଠାରୁ ୨ଗୋଟି ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ ଶିବିର( ଟି.ଏମ.ସି) ବନ୍ଦ କରାଯାଇ ୧୯ ଗୋଟି ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ ଶିବିର( ଟି.ଏମ.ସି )ର ୯୧୭ କ୍ଷମତା ବିଶିଷ୍ଟ ଶର୍ଯ୍ୟା କାର୍ଯ୍ୟକାରୀ ହେଲା । ଏହା ପରେ ତା ୧୭.୦୫.୨୦୨୦ ବେଳରେ ୧୭ ଗୋଟି ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ ଶିବିର( ଟି.ଏମ.ସି) କାର୍ଯ୍ୟରତ ଥିଲା । ଏହାପରେ ୨୩.୦୭.୨୦୨୦ ବେଳକୁ ୧୪ ଗୋଟି କୋଭିଡ କେୟାର ହଷ୍ପିଟାଲ ଏବଂ ୧୪୨ କ୍ଷମତା ବିଶିଷ୍ଟ ଶର୍ଯ୍ୟା ତା ସହିତ ୩ ଗୋଟି Cluster Level TMC ସହ ୧୨୦ କ୍ଷମତା ବିଶିଷ୍ଟ ଶର୍ଯ୍ୟା କାର୍ଯ୍ୟରତ ଥିଲା । ତା ୧୫.୦୯.୨୦୨୦ ବେଳକୁ ମଧ୍ୟ ୧୪ ଗୋଟି କୋଭିଡ କେୟାର ହସ୍ପିଟାଲ ୧୪୨ କ୍ଷମତା ବିଶିଷ୍ଟ ଶର୍ଯ୍ୟା ସହ Cluster Level TMC ଏବଂ ୧୨୦ କ୍ଷମତା ବିଶିଷ୍ଟ ଶର୍ଯ୍ୟା କାର୍ଯ୍ୟକାରି ଥିଲା । ତାସହ ଦୁଇ ଗୋଟି ଟି ଏମ ସି ଯଥା କେ ଆର ଏମ ଏସ ଖଜୁରୀପଡା ଏବଂ ଗାଡିଆପଡା ଶେବାଶ୍ରମକୁ କୋଭିଡ ପରିଚାଳନାର ସଫଳତା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସରକାରଙ୍କ ଆଦେଶ ସଂଖ୍ୟା ୨୦୫୮୨ ଅନୁସାରେ ୧୪ଗୋଟି କୋଭିଡ କେୟାର ହଷ୍ପିଟାଲ ମଧ୍ୟରୁ ୫ ଗୋଟି କୋଭିଡ କେୟାର ହସ୍ପିଟାଲ (ଦୁତିମେଣ୍ଡି, ଆର ନୁଆ ଗାଁ, ସୁଡ୍ରେଜୁ, ଖଜୁରୀପଡା ଓ ଦଳାପଡା) ଅନ୍ୟ ୯ ଟି ଗ୍ରାମ ପଞ୍ଚାୟତର କୋଭିଡ କେୟାର ହସ୍ପିଟାଲ ଗୁଡିକୁ ବନ୍ଦ କରାଯାଇଥିଲା । କୋଭିଡର ଭୟାବହତା ସମୟରେ ଏବଂ ଅତ୍ୟାବଶ୍ୟକ ପରିସ୍ଥିତିରେ ନିକଟ ସହରରେ କୌଣଷି ଡିଲର ମାନଙ୍କ ପାଖରେ ଜେନେରେଟର ଗଚ୍ଛିତ ନଥିବା ହେତୁ ମୋଟ ୧୪ଟି ଗ୍ରାମପଞ୍ଚାୟତ ପାଇଁ ୧୪ ଗୋଟି ଜେନେରଟର ରାଉତରାୟ ସାନିଟାରୀ ( ଯାଜପୁର ଟାଉନ୍ )ଙ୍କ ଠାରୁ କିଣାଯାଇଥିଲା ଯାହା ସେତେବେଳେ ଏହି କେନ୍ଦ୍ର ଗୁଡିକ ପାଇଁ ଅତ୍ୟନ୍ତ ଆବଶ୍ୟକ ରହିଥିଲା । ଏବଂ ସମସ୍ତ ୧୪ଟି ଜେନେରଟେର ଏବେ ମଧ୍ୟ ଗଚ୍ଛିତ ରହିଛି । ତା ୨୭.୦୭.୨୦୨୦ ଠାରୁ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବନ୍ଦ କରାଯାଇଥିଲା । ଏବଂ ତାପର ଠାରୁ ୧୪ ଗୋଟି କୋଭିଡ କେୟାର ହସ୍ପିଟାଲ ୩ଗୋଟି କ୍ଳଷ୍ଟର ଟି ଏମ ସି କାର୍ଯ୍ୟକାରୀ ହେଲା । ସମୁଦାୟ ୧୨୩ ଗୋଟି ଖଟ ଏବଂ ୩ଗୋଟି ବିଭିନ୍ନ ବିକ୍ରେତାଙ୍କ ଠାରୁ ଅଣାଯାଇ ସମସ୍ତ କୋଭିଡ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା । ଏବଂ ପୁର୍ଣ୍ଣବାର ଯେତେବେଳେ ଏହି ସବୁ କେନ୍ଦ୍ର ଗୁଡିକ ବନ୍ଦ କରାଯାଇଥିଲା ସେତେବେଳେ ଏହି ସବୁ ଖଟ ଗୁଡିକୁ ସେମାନଙ୍କୁ ଫେରାଯାଇଥିଲା । ପରେ ସରକାରଙ୍କ ଆଦେଶ ମୁତାବକ ସମସ୍ତ କୋଭିଡ କେନ୍ଦ୍ରକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ବିଭିନ୍ନ ସମୟରେ ଯଥା କୋଭିଡ ଭୟାବହତା, ସଟ ଡାଉନ୍ ଏବଂ ଲକଡାଉନ୍ ପରିସ୍ଥିତି ଭିତରେ ଆବଶ୍ୟକ ସାମଗ୍ରୀ ଗୁଡିକ ନିକଟସ୍ଥ ବିକ୍ରେତାଙ୍କ ଠାରୁ କିଣା ଯାଇ ପର୍ଯ୍ୟୟ କ୍ରମେ ସେମାନଙ୍କୁ ସେମାନଙ୍କ ଅର୍ଥ ( ଜି ଏସ ଟି ସହ ) ପ୍ରଦାନ କରାଯାଇଛି । ଖଜୁରୀପଡା ବ୍ଳକ ଅନ୍ତର୍ଗତ ସମସ୍ତ ୧୪ ଗୋଟି ଗ୍ରାମ ପଞ୍ଚାୟତରେ ସମସ୍ତ ପ୍ରକାରର କୋଭିଡ କେନ୍ଦ୍ର ଗୁଡିକରେ ଉଚିତ ସ୍ୱାସ୍ଥ୍ୟ ସେବା ସହ ବିଭିନ୍ନ ପ୍ରକାରର ଜରୁରୀ ସେବା ପ୍ରଦାନ କରି ସୁରୁଖୁରରେ ଏବଂ ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦାନ କରିଛନ୍ତି ବିଡିଓ ଶ୍ରୀ ରବିନ୍ଦ୍ର ନାଥ କହଁର । ତଥାପି ନିଚି ସ୍ୱାର୍ଥପାଇଁ ଆକ୍ରୋଷ ମୂଳକ ଭାବେ ଶ୍ରୀ କହଁରଙ୍କ ନାମରେ ଖବର ଛାପି ତାଙ୍କ ସମ୍ନାନ ପ୍ରତି ଆଞ୍ଚ ଆଣିବା ଏବଂ ହୀନ ଚକ୍ରାନ୍ତ କରିବା କେତେଦୁର ଠିକ ବୋଲି କହିଛନ୍ତି ଶ୍ରୀ ରବିନ୍ଦ୍ର ନାଥ କହଁର ।

Leave A Reply

Your email address will not be published.