ମହାରାଷ୍ଟ୍ରରେ କରୋନା ସକ୍ରିୟ

ନୂଆଦିଲ୍ଲୀ, ଜାନୁଆରୀ ୦୪ : ଦିନକ ପରେ କରୋନା ଭାଇରସ ମହାମାରୀ ପୁଣି ଥରେ ଉପରମୁହାଁ ହୋଇଛି। ଗତକାଲି ବିଶ୍ବବ୍ୟାପୀ ୮ ଲକ୍ଷ ୧୭ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୧୧ ଲକ୍ଷ ୮୩ ହଜାର ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪,୦୧୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୯ କୋଟି ୨୪ ଲକ୍ଷ ୮୩ ହଜାର ୮୬୨  ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୬୫ ହଜାର ୧୩୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୫୦ ଲକ୍ଷ ୯୮ ହଜାର ୩୦ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୩ କୋଟି ୧୯ ଲକ୍ଷ ୨୦ ହଜାର ୬୯୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୦ ହଜାର ୨୮୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.