୧୧ଲକ୍ଷ ଟପିଲାଣି ଦେଶରେ କୋଭିଡ୍ ଆକ୍ଟିଭ୍ କେସ୍‌

ନୂଆଦିଲ୍ଲୀ, ଜାନୁଆରୀ ୧୩ : ଦେଶରେ ଏବେ ସଙ୍ଗୀନ ହୋଇଛି କରୋନା ସଙ୍କଟ । ତୃତୀୟ ଲହର ଦ୍ୱିତୀୟ ଲହରର ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି । ଏବେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ପାର କରିଛି । ଯାହାକୁ ନେଇ ଏବେ ପୁରା ଦେଶରେ କୋଭିଡ୍ ସ୍ଥିତି ଅତି ଜଟିଳ ହୋଇ ପଡିଛି । ତେବେ ଗତକାଲି ୨ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଦେଶରୁ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ସମାନ ଭାବରେ ୨ ଲକ୍ଷଣୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଦେଶରେ ଆକ୍ଟିଭ୍ କେସ୍ ୧୧ ଲକ୍ଷ ପାର କରିଛି । ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଆକଳନ ଅନୂଯାଇ ତୃତୀୟ ଲହର ପିକ୍ ସମୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଦେଶରେ ଆକ୍ଟିଭ୍ କେସ୍ ରହିବ ମାତ୍ର ଏବେ ପିକ୍ ସମୟ ପୂର୍ବରୁ ୧୦ ଲକ୍ଷ ପାର କରିସାରିଲାଣି ଦେଶର କୋଭିଡ୍ ଆକ୍ଟିଭ୍ କେସ୍ । ତେବେ ଦେଶରେ ଏବେ ୮ ରାଜ୍ୟକୁ ନେଇ ବଢୁଛି ଚିନ୍ତା । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ, ଗୁଜରାଟ ଏବଂ ଦିଲ୍ଲୀରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ଦିଆଯାଇଥିଲା । ଏହାଛଡା ବର୍ତ୍ତମାନ ଦେଶରେ ୩୦୦ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହିଛି ଏବଂ ସଂକ୍ରମଣ ଯେ କେତେ କ୍ଷୀପ୍ର ଗତିରେ ବ୍ୟାପୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି ।

Leave A Reply

Your email address will not be published.