ଜାନୁଆରୀ ୨୩ରେ ଦେଶରେ ଶୀର୍ଷ ସ୍ତରରେ ପହଞ୍ଚିବ କରୋନା?

ନୂଆଦିଲ୍ଲୀ, ଜାନୁଆରୀ ୧୮ : କରୋନା ଭାଇରସ ବଢ଼ିଚାଲିଥିବା ବେଳେ ଦେଶରେ ଏବେ ଏହାର ପିକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଚଳିତ ମାସ ୨୩ ତାରିଖ ଦେଶରେ କରୋନା ଶୀର୍ଷ ସ୍ତରକୁ ଛୁଇଁପାରେ। ଏହି ସମୟରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପଜିଟିଭ୍‌ ଚିହ୍ନଟ ହୋଇପାରନ୍ତି।ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ କୋଟି ୫୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୩୮୫ ଜଣଙ୍କର ମୃତ୍ୟୁ ହୋଇଛି। କିଛି ରାଜ୍ୟକୁ ବାଦ୍‌ଦେଲେ ବାକି ସ୍ଥାନରେ କରୋନା ଗ୍ରାଫ୍‌ ଉପରକୁ ଯାଉଛି। ଦିଲ୍ଲୀ-ମୁମ୍ବାଇ ଭଳି ମହାନଗରରେ ସଂକ୍ରମଣର ହାର କମ ହୋଇଛି। ବିଗତ ୩ ସପ୍ତାହ ମଧ୍ୟରେ କରୋନା ଦ୍ରୁତଗତିରେ ବଢ଼ିଚାଲିଥିଲା। ବିଗତ ଦିନର ସଂକ୍ରମଣ ହାର ତୁଳନାରେ ସୋମବାର ୫ ପ୍ରତିଶତ ଲୋକ କମ୍‌ ସଂକ୍ରମିତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ପୂର୍ବରୁ ୧୩ ଲକ୍ଷ ୧୩ ହଜାର ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରୁ ୨ ଲକ୍ଷ ୫୮ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜାନୁଆରୀ ୧୫ ତାରିଖରେ ୨ ଲକ୍ଷ ୬୮ ହଜାରରୁ ଅଧିକ ଲୋକ ସଂକ୍ରମିତ ଥିବା ଜଣାପଡ଼ିଥିଲା। 

Leave A Reply

Your email address will not be published.