ରାଜ୍ୟରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର, ଜାନୁଆରୀ ୧୯ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୧ ହଜାର ୬୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୭୦୯୪ ଜଣ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭୨୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୮୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୯୧ ଜଣ ରହିଛନ୍ତି ।  ଅନୁଗୁଳରୁ ୧୮୫, ବଲେଶ୍ୱରରୁ ୩୦୫, ବରଗଡରୁ ୧୪୫, ଭଦ୍ରକରୁ ୧୫୩, ବଲାଙ୍ଗୀରରୁ ୨୨୯, ବୌଦ୍ଧରୁ ୭୮, କଟକରୁ ୮୯୮, ଦେଓଗଡରୁ ୭୫, ଢେଙ୍କାନାଳରୁ ୭୧, ଗଜପତିରୁ ୮୭, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୨୩୧, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୧୨୧, ଖୋର୍ଦ୍ଧାରୁ ୪୩୪୭, କୋରାପୁଟରୁ ୧୬୮, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୧୪୯, ନୟାଗଡରୁ ୨୦୬, ନୂଆପଡାରୁ ୧୬୬, ପୁରୀରୁ ୧୫୭, ରାୟଗଡାରୁ ୨୨୯, ସମ୍ବଲପୁରରୁ ୩୯୦, ସୋନପୁରରୁ ୧୧୪, ସୁନ୍ଦରଗଡରୁ ୧୨୧୯ ଓ ଷ୍ଟେଟ ପୁଲରୁ ୮୭୭ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୬୭୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୪୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୭୩୭୭୭ଜଣ ସୁସ୍ଥ ହୋଇଛନ୍ତି । 

Leave A Reply

Your email address will not be published.