ରାଜ୍ୟରେ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ଜାନୁଆରୀ ୨୦ : ରାଜ୍ୟରେ ଆହୁରି ୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଓଡି଼ଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୧ରେ ପହଁଞ୍ଚିଛି। ଏଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ (ଭୁବନେଶ୍ୱରରୁ ୪ଜଣ) ସମ୍ବଲପୁର ଏବଂ ଗଞ୍ଜାମ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ଚାଲିଥିବା ତୃତୀୟ ଲହରରେ ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ। ସେହିପରି ଗତକାଲି ରାଜ୍ୟରେ ୬୭୮୫ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ। ରାଜ୍ୟରେ ଏପର‌୍ୟ୍ୟନ୍ତ ୧୧୬୭୦୯୪ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୦୨,୭୮୬ରେ ପହଁଞ୍ଚିଛି। ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୧୦,୭୩,୭୭୭ ଜଣ କରୋନାରୁ ଆରୋଗ୍ୟ ହେଲେଣି। ରାଜ୍ୟରେ ବଢିଚାଲିଥିବା ସଂକ୍ରମଣ ମଧ୍ୟରେ ଗତକାଲି ଓଡ଼ିଶାରେ ୧୧ ହଜାର ୬୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୯୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.