ପଶ୍ଚିମା-ଝଡ ପ୍ରଭାବରେ ୨୧ ରୁ ବର୍ଷା

ଭୁବନେଶ୍ୱର, ଜାନୁଆରୀ ୨୦ : ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଖସିବା ଫଳରେ ରାତୀ ସମୟରେ ଶୀତ ଅନୁଭୁତ ହେଉଛି। ତେବେ ଆଜିଠୁ ରାତ୍ରି ତାପମାତ୍ରା ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ ୩ ଦିନ ମଧ୍ୟରେ ୩ ରୁ ୪ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା। ଫଳ ସ୍ୱରୁପ ରାଜ୍ୟରେ ଶୀତ କମିବ, ପଶ୍ଚିମା-ଝଡ ପ୍ରଭାବରେ ୨୧ ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ତେବେ ୨୧ ତାରିଖ ବେଳକୁ ଉତ୍ତର – ଉପକୂଳ ଓଡି଼ଶା କେଉଁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଅନୁଭୁତ ହୋଇପାରେ। ସେହିପରି ୨୨ ତାରିଖରେ ବରଗଡ , ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ହାଲୁକାର ମଧ୍ୟ ଧରଣର ବର୍ଷା ଅନୁଭୁତ ହୋଇପାରେ ୨୩ ତାରିଖ ବେଳକୁ ବର୍ଷାର ବିସ୍ତାର ବଢିବା ସହିତ ରାଜ୍ୟର ସମସ୍ତ ଜିଲ୍ଲାକୁ କବଳିତ କରିବ। ଏହି ସମୟରେ କେଉଁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.