ପ୍ରହସନରେ ପରିଣତ ହେଲାଣି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଭୁବନେଶ୍ୱର, ଜାନୁଆରୀ ୨୦ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଦାବି କରୁଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନ କରି ପଞ୍ଚାୟତ ନିର୍ବାଚନ ପୁର୍ବରୁ ବାହାବଃ ଗୋଟାଇବାକୁ ଚେଷ୍ଟା କରିଛନ୍ତି। ଏହି ଯୋଜନାରେ ସରକାର ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ସହିତ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ ବାସ୍ତବରେ ଏହି କାର୍ଡ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକାରୀ ହେଉ ନାହିଁ ବୋଲି ଅଭିଯୋଗ ଆସିଛି। ଏପରିକି କିଛି ଘରୋଇ ମେଡିକାଲ ଏହି କାର୍ଡରେ ସ୍ୱାସ୍ଥ୍ୟ ସୁବିଧା ମିଳୁଥିବା କହି ପରେ ରୋଗିଙ୍କୁ ହତାସାର ସାମ୍ନା କରାଉଛନ୍ତି।  ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ସ୍ଥାନୀୟ ଟାଙ୍ଗିଆପଲ୍ଲୀ ଗ୍ରାମର ସୁଲୋଚନା ବେହେରାଙ୍କ ଭାଇ ସନ୍ତୋଷ ନାୟକ। ସେ ଅଭିଯୋଗ କରିଛନ୍ତି ଦୁର୍ଘଟଣାର ତାଙ୍କ ଭାଇ ସୁଲୋଚନାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ସଂଜ୍ଞାହିନ ହୋଇଯାଇଥିଲେ । ତାଙ୍କୁ ଭୁବନଶ୍ୱର ଆମ୍ରି ହସ୍‌ପିଟାଲ୍‌ରେ ଭର୍ତ୍ତ କରାଯାଇଥିଲା। ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ମିିଳିବ ବୋଲି କୁହାଯାଇଥିଲା। ତେବେ ତାଙ୍କୁ ଆଡମିସନ କରାଯିବା ପରେ ବୁଧବାର ୨ ଲକ୍ଷ ୬୦ ହଜାର ଟଙ୍କାର ବିଲ୍ ଧରାଇ ଦିଆଯାଇଥିଲା। ସୁଲୋଚନାଙ୍କ ପରିବାର ଏପର୍ଯ୍ୟନ୍ତ ୧ ଲକ୍ଷ ୩୦ ହଜାର ଟଙ୍କା ଜମା କରି ସାରିଲେଣି। ଏବେ ହସ୍‌ପିଟାଲ ପକ୍ଷରୁ ବାକି ଟଙ୍କା ଜମା କରିବାକୁ କୁହାଯାଉଛି। 

Leave A Reply

Your email address will not be published.