୨ଟଙ୍କା ପାଇଁ ବିବାଦ ହେବାରୁ ଏସିଡ ମାଡ଼

ଆଗ୍ରା, ଜାନୁଆରୀ ୨୧ : ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ଅନ୍ତର୍ଗତ ଶାହଗଂଜ ଅଞ୍ଚଳରେ ୨ ଟଙ୍କା ପାଇଁ ବିବାଦ ହୋଇଛି। ଏସି୍‌ଡ ଆକ୍ରମଣରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାତ୍ର ୨ ଟଙ୍କା ପାଇଁ ବିବାଦ ହୋଇଥିଲା। ବିବାଦ ଯୋଗୁଁ ଗୋଟିଏ ପକ୍ଷ ଅନ୍ୟ ପକ୍ଷ ଉପରେ ଏସିଡ ମାଡ଼ କରିଥିଲେ। ଏହି ଅଘଟଣରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ଆହତ ହୋଇଛନ୍ତି।  ପୋଲିସ କହିବା ଅନୁସାରେ ସରାଏ ଖୱାଜା ଛକର ଖାସପୁରା ଠାକୁର ଗଳିରେ ସଲମାନ ନାଁରେ ଜଣେ ବ୍ୟକ୍ତି ପଡୋଶୀ ଦୋକାନୀ ସଫରଦ୍ଦୀନଙ୍କ ପାଖକୁ ୫ଟଙ୍କିଆ ଟୁଥପେଷ୍ଟ କିଣିବାକୁ ଯାଇଥିଲା। ଦୋକାନୀ କହିଥିଲେ, ପୁରୁଣା ବାକି ୨ ଟଙ୍କା ଦେଇଦିଅ। କିନ୍ତୁ ସଂପୃକ୍ତ ବ୍ୟକ୍ତି ଟଙ୍କା ଦେବାକୁ ମନା କରିଦେଇଥିଲେ। ବିବାଦ ବଢ଼ିବାରୁ ଗ୍ରାହକ ଘରକୁ ଯାଇ ୧୦ ଟଙ୍କା ଆଣି ଦେଲେ ଏବଂ ପୂର୍ବରୁ ଥିବା ବାକି ୨ଟଙ୍କା ପରିଷୋଧ କରିବା ପରେ ୮ ଟଙ୍କା ଫେରି ପାଇଥିଲେ। ପୋଲିସ କହିଛି ଯେ, ୨ୟ ଥର ସଲମାନ ଯେତେବେଳେ ଦୋକାନକୁ ଯାଇଥିଲା ବିବାଦ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସଫରଦ୍ଦୀନଭ୍କ ପୁଅ ଶୌଚାଳୟ ପାଇଁ ବ୍ୟବହୃତ ହେଉଥିବା ଏସିଡ ବୋତଳ ଆଣି ଫିଙ୍ଗିଥିଲା। କିନ୍ତୁ ଏହା କାନ୍ଥରେ ବାଜିବାରୁ ଫାଟି ଯାଇଥିଲା। ଏଥିରେ ସେ ଓ ବିପକ୍ଷ ପକ୍ଷରୁ ଘଟଣାସ୍ଥଳୀରେ ଥିବା ଯୁବତୀ ଜଣକ ଆହତ ହୋଇଥିଲେ।

Leave A Reply

Your email address will not be published.