ଭାରସ୍ୟାମ ହରାଇ ରାସ୍ତାର ତଳକୁ ଖସିଲା ଯାତ୍ରୀବାହୀ ବସ୍‌

ମୋହନା,ଜାନୁଆରୀ 21 : ଭାରସ୍ୟାମ ହରାଇ ରାସ୍ତାର ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ ୧୦ ଜଣ ଆହାତ ହୋଇଥିବା ଖବର ସାମ୍ନାକୁ ଆସିଛି । ବସ୍ ଭିତରେ ଏକାଧିକ ଯାତ୍ରୀ ଥିବା ବେଳେ ବର୍ତ୍ତମାନ ଅନ୍ୟ ମାନଙ୍କ ସୁଚନା ମିଳିପାରି ନାହିଁ । ତେବେ ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାର ରାଇଗଡ଼ ଥାନା ରାଶିବାଡ଼ ଘାଟିରେ । ପୁରୀରୁ ପାରଳାଖେମୁଣ୍ଡି ଆସୁଥିଲା ଏହି ବସ୍ ଟି । ବସ୍ ର ନାଁ ହେଉଛି “ଇସ୍ପାତ୍‌”। ତେବେ ଯାହା ବର୍ତ୍ତମାନ ସମୟରେ ଖବର ଆସିଛି ଏହି ଘଟଣାରେ ୧୦ ଜଣ ଆହାତ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଫଳରେ ସଙ୍ଗେ ସଙ୍ଗେ ସମସ୍ତ ଆହାତଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । 

Leave A Reply

Your email address will not be published.