ଇଣ୍ଡିଆ ଗେଟ୍‌ ବଦଳରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ଜଳିବ ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ, ଜାନୁଆରୀ ୨୧ : ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟ୍‌ର ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ଏଣିକି ଏହା ଇଣ୍ଡିଆ ଗେଟ୍‌ ବଦଳରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ଜଳିବ। ଶୁକ୍ରବାର ଏହାର ବିଳୟ କରାଯିବ। ଇଣ୍ଡିଆ ଗେଟରେ ଅମର ଯବାନ ଜ୍ୟୋତିର ନିର୍ମାଣ ୧୯୭୨ ମସିହାରେ କରାଯାଇଥିଲା। ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦ ଯବାନଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଇଥିଲା। ଭାରତ ଓ ପାକିସ୍ତାନ ଯୁଦ୍ଧ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଅମର ଯବାନ ଜ୍ୟୋତିକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ସ୍ଥଳକୁ ସ୍ଥାନାନ୍ତରିତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଅମର ଯୱାନ ଜ୍ୟୋତି ସ୍ମାରକ ସ୍ଥଳୀରେ ଓଲଟା ଭାବରେ ରଖାଯାଇଥିବା ଏକ ବନ୍ଧୁକ ଏବଂ ସୈନିକଙ୍କ ହେଲମେଟ ନିର୍ମାଣ କରାଯାଇଛି। ଏହାର ପାର୍ଶ୍ବରେ ଏକ ଜ୍ୟୋତି ରଖାଯାଇଛି, ଯାହାକି କେବେ ଲିଭିବ ନାହିଁ। ସୂଚନାଯୋଗ୍ୟ, ୨୦୧୯ ମସିହାରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଉଦ୍‌ଘାଟନ କରିଥିଲେ। 

Leave A Reply

Your email address will not be published.