୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ

ମୁମ୍ବାଇ, ୨୨/୦୧:  ୨୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ୨ ମୃତ, ୧୦ରୁ ଅଧିକ ଆହତ । ଚାଲିଛି ନିଆଁଲିଭା କାର୍ଯ୍ୟ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଥିବା ଏକ ୨୦ମହିଲା ବିଲ୍ଡିଂରେ ନିଆଁ ଲାଗିଯାଇଛି । ଦମକଳ ବାହିନୀର କହିବାନୁସାରେ, କୋଠାର ୧୮ ମହଲାରେ ନିଆଁ ଲାଗିଯାଇଥିଲା । ସକାଳେ ୭ଟା ୩୦ରେ ଏହି ଅଘଟଣ ଘଟିଥିଲା । ସେମାନେ ପହଁଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଯେଉଁ କୋଠାରେ ନିଆଁ ଲାଗିଛି ତା ନିକଟରେ ହିଁ ଭାଟିଆ ହସ୍ପିଟାଲ ରହିଛି । ଆହୁରି ମଧ୍ୟ ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହାସହ ୨ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ମୃତାହକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଯେଉଁ କୋଠାରେ ଅଗ୍ନିକାଣ୍ଡ ଘଟିଛି ତାହା ସ୍ଥାନୀୟ ଅଞ୍ଚଳରେ କମଳା ନାଁରେ ଜଣାଶୁଣା ଅଟେ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ସର୍ଟ ସର୍କିଟରୁ ଏପରି ଘଟଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.