ଫିଲ୍ମ ଦେବାକୁ କହି ଦୁଷ୍କର୍ମ, ମହିଳା ଆୟୋଗରେ ଫେରାଦ ହେଲେ ପୀଡ଼ିତା

ଭୁବନେଶ୍ୱର ୨୨।୦୧ : ପିଲ୍ମରେ ରୋଲ୍ ଦେବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ । ସ୍ବାମୀଙ୍କ ସହ ଆସି ମହିଳା ଆୟୋଗରେ ଫେରାଦ ହେଲେ ପୀଡିତା । ପୂର୍ବରୁ ପୀଡ଼ିତା ମହିଳା ଜଣକ ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି । ଖବର ଅନୁଯାୟୀ,  ପୀଡିତାଙ୍କ ସ୍ବାମୀ କୋଲକାତା ଜେଲରେ ଥିବା ବେଳେ ମିଲନ କହଁର ନାମକ ଯୁବନ ସିନେମାରେ ସୁଯୋଗ ଦେବାକୁ କହି ପ୍ରଥମେ ଫୁଲବାଣୀ ନେଇଯାଇଥିଲେ । ସେଠାରେ ୧୦ ଦିନ ଧରି ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ । ସେଠାରୁ ପୀଡିତା କୌଶଳ କ୍ରମେ ଖସି ଆସିଥିଲେ । ପୁଣି ସମ୍ପୃକ୍ତ ଯୁବକ ଶୁନ୍ରପଦାରେ ଭଡା ଘରେ ତାଲା ପକାଇ ରଖିବା ସହ ଯୌନ ନିର୍ଯାତନା ଦେବା ସହ ଅଶ୍ଳିଳ ଭିଡିଓ କରିଥିଲେ । ସ୍ବାମୀ ଜେଲରୁ ଫେରିବା ପରେ ମହିଳା ଜଣକ ଘଟଣା ସମ୍ପର୍କରେ କହିଥିଲେ । ଉଭୟ ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ଶେଷରେ ସେମାନେ ମହିଲା ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନେଇ ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.