ନାମାଙ୍କନ ଦାଖଲ ବେଳେ କୋଭିଡ୍ କଟକଣାକୁ ଫୁ

ବିନିକା ୨୨।୧: ନାମାଙ୍କନ ପତ୍ର ଦାଖଲ ବେଳେ କରୋନା କଟକଣାକୁ ଫୁ କଲେ ପ୍ରାର୍ଥୀ । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ୍ ଚରଦା ଅଞ୍ଚଳର ଏଭଳି କିଛି ଭିଡିଓ ଏବେ ଭାଇରାଲ ହୋଇଛି । ଚରଦା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିପ୍ତିରେଖା ନନ୍ଦ ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ପୂର୍ବରୁ ଗୁରୁବାର ଚରଦାରେ କରିଥିଲେ ଏକ ବିଶାଳ ରାଲି । ଯେଉଁଥିରେ ଦିପ୍ତିରେଖା ଫୁଲହାର ପିନ୍ଧିଥିବା ବେଳେ ଶହ ଶହ ସମର୍ଥକଙ୍କ ଗହଣରେ ଚରଦା ଗାଁରେ ଶୋଭାଯାତ୍ରାରେ ଯାଉଥିଲେ । କୋଭିଡ୍ କଟକଣାକୁ ଏଭଳି ଖୋଲାଖୋଲି ଉଲଂଘନ କରିଥିଲେ ବି ପୋଲିସ କିନ୍ତୁ ନୀରବଦ୍ରଷ୍ଟା ସାଜିଛି । ଦିପ୍ତିରେଖା ଜିଲ୍ଲା ଯୁବ ବିଜେଡି ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ପତ୍ନୀ । ଏହି ଭିଡିଓ ଭାଇରାଲ ହେବା ପରେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.