୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଭାରତର ବିଶାଳ ବିଜୟ

ଟାରୁବା, ଜାନୁଆରୀ ୨୩ : ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ଗୃପ-ବି ମ୍ୟାଚରେ ଭାରତ ୩୨୬ ରନ୍‌ରେ ୟୁଗାଣ୍ଡାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍‌ ଇଣ୍ଡିଆ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ଟିମ୍‌ ୪୦୫ ରନ୍‌ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ୟୁଗାଣ୍ଡା ୭୯ ରନ୍‌ କରିପାରିଥିଲା ଏବଂ ମ୍ୟାଚ ହାରିଥିଲା। ଭଲ ଫର୍ମରେ ଥିବା ଅଙ୍ଗକୃଷ୍ଣ ରଘୁବଂଶୀ (୧୪୪ ରନ୍‌) ଓ ରାଜ ବାବା ଅପରାଜିତ ୧୬୨ ରନ୍‌ କରିଥିଲେ। ଉଭୟ ଖେଳାଳି ଶତକୀୟ ଇନିଂସ ଖେଳିବା ସହ ୨୦୫ ରନ୍‌ କରିଥିଲେ। ଅଙ୍ଗକୃଷ୍ଣ ୧୨୦ଟି ବଲ୍‌ ସାମ୍ନା କରିଥିଲେ। ସେ ୨୨ଟି ଚୌକା ଓ ୪ଟି ଛକା ମାରିଥିଲେ। ହରନୁର ସିଂହ (୧୫) ଓ ନିଶାନ୍ତ ସିନ୍ଧୁ ୧୫ ରନ୍‌ ରକିଥିଲେ। ରାଜା ବାବା ୧୦୮ଟି ବଲ ଖେଲି ଏଥିରୁ ସେ ୧୪ ଚୌକା ଓ ୮ଟି ଛକା ମାରିଥିଲେ। 

Leave A Reply

Your email address will not be published.