ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର, ଜାନୁଆରୀ ୨୩ : ରାଜ୍ୟରେ ତୃତୀୟ ଲହରରେ ସାରା ରାଜ୍ୟରେ ତିବ୍ର ଗତିରେ ସଂକ୍ରମଣ ରାଜ୍ୟବାସୀଙ୍କୁ ଆତଙ୍କିତ କରି ରଖିଛି । ତେବେ ଗତକାଲି ଦୁଇ କିଛି ଧରି ସଂକ୍ରମଣରେ ସାମାନ୍ୟ ହ୍ରାସ ସାମାନ୍ୟ ଆଶ୍ୱାସନା ଆଣି ଦେଇଥିବା ବେଳେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ଘିଟିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୨୦ରେ ପହଁଞ୍ଚିଛି ।  ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ମୃତକଙ୍କ ମଧ୍ୟରେ ଅନୁଗୁଳ, ସୁନ୍ଦରଗଡ଼, ବାଲେଶ୍ବର, କନ୍ଧମାଳ, କଟକ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୧୯୬୧୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୧୧୦୭୬୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୮୫୨୦ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.