ପ୍ରବଳ ଶୀତରେ ବର୍ଷା: ଭାଙ୍ଗିଲା ୩୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ, ଜାନୁଆରୀ ୨୩ : ପ୍ରବଳ ଶୀତ ଭିତରେ ଦେଶରେ ଏକାଧିକ ରାଜ୍ୟରେ ବର୍ଷା ହୋଇଛି। ଦିଲ୍ଲୀରେ ବର୍ଷା ୩୨ ବର୍ଷର ରେକର୍ଡ ଭାଙ୍ଗିଛି। ରାଷ୍ଟ୍ରୀୟ ରାଜଧାନୀରେ ଗତ ଶନିବାର ପାଖାପାଖି ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ଜାନୁଆରୀ ମାସରେ ୩୨ ବର୍ଷରେ ସର୍ବାଧିକ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପ‌ାଗ ବିଭାଗର ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଭାରତରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଇପାରେ। ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀରେ ଗତରାତିରେ ପ୍ରବଳ ବର୍ଷା ହୋଇଛି। ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ୬୯.୮ ମିଲିମିଟର ବର୍ଷା ହୋଇଛି। ସେ କହିଛନ୍ତି ଯେ, ୧୯୮୯ ମସିହା ଜାନୁଆରୀ ମାସରେ ଦିଲ୍ଲୀରେ ସର୍ବାଧିକ ୭୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଅନ୍ୟପଟରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତ ଲହର ଜାରି ରହିଛି। ଲୋକେ ଥଣ୍ଡାରୁ ତ୍ରାହି ପାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ପାଣିପାଗ ବିଭାଗ ଅନୁସାରେ ଦିଲ୍ଲୀ, ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ, ପଶ୍ଚିମ ରାଜସ୍ଥାନ ତଥା ସମତଳ ସ୍ଥାନରେ ଶୀତ ଅଧିକ ଅନୁଭୂତ ହେବ। 

Leave A Reply

Your email address will not be published.