ଦିଲ୍ଳୀ ପରେଡରେ ସାମିଲ ହେବ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼, ଦେଖାଯିବ କାଶୀ ବିଶ୍ବନାଥ ଧାମ

ନୂଆଦିଲ୍ଲୀ, ଜାନୁଆରୀ ୨୩ : ଦୁଇ ଦିନ ପରେ ସାଧାରଣତନ୍ତ୍ର ଦିବସ।  ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ସାମିଲ ହେବ। ଉତ୍ତର ପ୍ରଦେଶ ସରକାର କାଶୀ ବିଶ୍ବନାଥ ଧାମର ପ୍ରତିକୃତିକୁ ପରେଡରେ ଉପସ୍ଥାପନା କରିବେ, ଯେଉଁଥିରେ କି ପ୍ରାଚୀନ ସହରର ଗୌରବଶାଳୀ ଇତିହାସ ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଧାରିତ ଉତ୍ତର ପ୍ରଦେଶର ଏହି ପ୍ରଜ୍ଞାପନ ମେଢ଼ ରାଜ୍ୟର ଗୋଟିଏ ଜିଲ୍ଲାର ଏକ ଉତ୍ପାଦନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଦର୍ଶନ କରାଯିବ। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବଦେଶୀ ଦ୍ରବ୍ୟର ଉତ୍ପାଦନ, କଳା ଓ ହସ୍ତଶିଳ୍ପକୁ ସଂରକ୍ଷିତ, ବିକସିତ ଓ ପ୍ରତ୍ସୋହନ ଦେବା ସହିତ ରୋଜଗାର ଅବସର ମଧ୍ୟ ସୃଷ୍ଟି କରିବ। ଜଣେ ଅଧିକାରୀ କହିଛନ୍ତି ଯେ, ଦେଶ ସ୍ବାଧୀନତାର ୭୫ ବର୍ଷ ହେବା ଅବସରରେ ଆଧାରିତ ପ୍ରଜ୍ଞାପନ ମେଢ଼କୁ ପ୍ରସ୍ତୁତ କରିବା ପାଇ କୋଲକାତାର କାରିଗରଙ୍କ ସେବା ନିଆଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ଏହି ପ୍ରଜ୍ଞାପନ ମେଢ଼କୁ ୨୦ ଦିନ ଭିତରେ ନିର୍ମାଣ କରିପାରିଛନ୍ତି। ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ରାଜ୍ୟ ସରକାରଙ୍କ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ଦମ୍ୟ ନୀତି ତଥା ଶିଳ୍ପ ବିକାଶ ନୀତି ଉପରେ ଆଧାରିତ ଓଡିଓପି କାର୍ଯ୍ୟକ୍ରମ ଅନ୍ତର୍ଗତ ଦକ୍ଷତା ବିକାଶ ଓ ରୋଜଗାର ଦେଉଥିବା ଅଭିଜ୍ଞତାକୁ ଦର୍ଶାଯାଇଛି। 

Leave A Reply

Your email address will not be published.