ମୁମ୍ବାଇ: ୧୯ ବର୍ଷୀୟ ଯୁବତୀଙ୍କୁ ୪ ନାବାଳକଙ୍କ ଦୁଷ୍କର୍ମ

ମୁମ୍ବାଇ, ଜାନୁଆରୀ ୨୩ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ପୂର୍ବ ଉପନଗର ଗୋୱଣ୍ଡୀରେ ଶନିବାର ସକାଳୁ ଜଣେ ୧୯ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳିକଙ୍କ ସଂପୃକ୍ତି ରହିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ୪ର୍ଥ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ପୋଲିସ ଘଟଣା ସଂପର୍କରେ କହିଛି ଯେ, ଏହି ଘଟଣା ପୂର୍ବାହ୍ନ ସାଢ଼େ ୪ଟାରେ ମୈଟିରୋଡସ୍ଥିତ ଏକ ବସ୍ତି ଭିତରେ ଘଟିଛି। ଜଣେ ୧୯ ବର୍ଷୀୟ ଯୁବତୀ କିଛି କ୍ୟାଟରର୍ସରେ କାମ କରନ୍ତି। କାମ ଶେଷ କରି ସେ ଘରକୁ ଫେରୁଥିବା ସମୟରେ ସେ ଅଘଟଣର ସାମ୍ନା କରିଛନ୍ତି।  ପୋଲିସ କହିଛି ଯେ, ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହା ପରେ ପୀଡିତ ଫୋନରେ ପୋଲିସକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ସେ କହିଛନ୍ତି, ଭାରତୀୟ ଦଣ୍ଡ ସଂହିତାର ୩୭୬ ଧାରା ବଳରେ ଏକ ମାମଲା ରୁଜୁ ହୋଇଛି। ପୋଲିସ କହିଛି ଯେ, ଅତିକମ୍‌ରେ ୧୦ଟି ଟିମ୍‌ ଗଠନ କରାଯାଇଛି। ବଜ୍ରେଶ୍ବରୀ, ମୁମ୍ବ୍ରା, ୱାଶୀ, ବେଲାପୁର, ୱଡାଲା, ସିଏସ୍‌ଏମ୍‌ଟି, ଏଲଟି ମାର୍ଗ, ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ପଠାଯାଇଛି। ୩ ଜଣ ନାବାଳିକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ୨ ଜଣ ଅଭିଯୁକ୍ତ ଶନିବାର ଉତ୍ତର ପ୍ରଦେଶ ପଳାୟନ କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ସେମାନଙ୍କୁ ଅଟକ ରଖିଛି। 

Leave A Reply

Your email address will not be published.