ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ୧୩ ଜିଲ୍ଲାରେ ଅନୁଭୁତ ହେବ ଶୀତର ଲହରୀ

ଭୁବନେଶ୍ୱର ,ଜାନୁଆରୀ ୨୮ : ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ଜିଲ୍ଲାଗୁଡିକରେ ମୁଖ୍ୟତ ଭାବେ ଶୁଖୁଲା ରହିବାର ସମ୍ଭାବନା ରହିଛି। ଆଜି ଓଡିଶା ଉପରେ କୌଣସି ନିର୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ପ୍ରଭାବରେ ଆଗାମୀ ୩ ଦିନ ପାଇଁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ଜିଲ୍ଲାଗୁଡିକରେ ମୁଖ୍ୟତ ଭାବେ ଶୁଖୁଲା ରହିବାର ସମ୍ଭାବନା ରହିଛି। ରାତ୍ରି ସର୍ବନିମ୍ନ ତାପମାତ୍ରାରେ ଆଗାମୀ ୩ ଦିନ ମଧ୍ୟରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ , ଏବଂ ପରବର୍ତୀ ୨ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ଵାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ କମ ରହିବାର ସମ୍ଭାବନା ରହିଛି। ଆସନ୍ତା କାଲି ସକାଳ ୮:୩୦ ଯାଏଁ କଳାହାଣ୍ଡି , କନ୍ଧମାଳ ନୂଆପଡା , ବରଗଡ଼ , ବଲାଙ୍ଗୀର , ସୋନପୁର , ବୌଦ୍ଧ , ସମ୍ବଲପୁର , ଦେବଗଡ ଝାରସୁଗୁଡା ସୁନ୍ଦରଗଡ , ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରୀ କରାଯାଇଛି। ସେହିଭଳି ଜାନୁଆରୀ ୩୦ ତାରିଖରୁ ୩୧ ତାରିଖ ସକାଳ ମଧ୍ୟରେ ଝାରସୁଗୁଡା , ବଲାଙ୍ଗୀର , ବରଗଡ଼ , ସୋନପୁର , ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଲହରୀ ଅନୁଭୂତ ହୋଇପାରେ। ଏଥି ପାଇଁ ଏହି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରୀ କରାଯାଇଛି।

Leave A Reply

Your email address will not be published.