ଅନୁସୂଚିତ ଜାତି-ଜନଜାତିଙ୍କୁ ପଦୋନ୍ନତିରେ ସଂରକ୍ଷଣ ମିଳିବ କି ନାହିଁ, ସୁପ୍ରିମ୍‌କୋର୍ଟ ଆଜି ଶୁଣାଇବେ ରାୟ

ନୂଆଦିଲ୍ଲୀ, ଜାନୁଆରୀ ୨୮ : ସୁପ୍ରିମ୍‌କୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ପଦୋନ୍ନତି‌ରେ ସଂରକ୍ଷଣ ଦେବା ପ୍ରସଙ୍ଗରେ ଆଜି (ଶୁକ୍ରବାର, ଜାନୁଆରୀ ୨୮) ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ। ସୂଚନାଯୋଗ୍ୟ, କୋର୍ଟ ଗତବର୍ଷ ଅକ୍ଟୋବର ୨୬ରେ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ।  ବିଚାରପତି ଏଲ୍‌. ନାଗେଶ୍ବର, ବିଚାରପତି ସଂଜୀବ ଖନ୍ନା ଓ ବିଚାରପତି ବିଆର ଗୱଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଜର ରାୟ ଶୁଣାଇବେ। ଜଷ୍ଟିସ ଏଲ୍‌ ନାଗେଶ୍ବରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଷୟରେ ଅଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ, ଆଡି‌ସନାଲ ସଲିସେଟର ଜେନେରାଲ (ଏଏସ୍‌ଜି) ବଳବୀର ସିଂହ ଏବଂ ବିଭିନ୍ନ ରାଜ୍ୟ ତରଫରୁ ଉପସ୍ଥାପିତ ହୋଇଥିବା ଆଇନଜୀବୀ ସମେତ ପକ୍ଷଙ୍କ ବୟାନ ଶୁଣିଛନ୍ତି। ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ପୀଠକୁ କିହଥିଲେ ଯେ, ସତ୍ୟ ହେଲା ସ୍ବାଧୀନତାର ୭୫ ବର୍ଷ ପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକଙ୍କୁ ଅନ୍ୟ ବର୍ଗ ଭଳି ସମାନ ସ୍ତରକୁ ନିଆଯାଇ ପାରି ନାହିଁ। ପୂର୍ବରୁ ସୁପ୍ରିମ୍‌ କୋର୍ଟ ଏହି ମାମଲାର ଦାୟିତ୍ବ ରାଜ୍ୟ ଉପରେ ଛାଡ଼ିଥିଲେ। କାରଣ ରାଜ୍ୟ ନିର୍ଦ୍ଧାରିତ କରିପାରିବେ ଯେ, କେମିତି ଲାଗୁ କରାଯାଇ ପାରିବ।

Leave A Reply

Your email address will not be published.