ଗତବର୍ଷ ଭଳି ଏବର୍ଷ ମଧ୍ୟ ମାଘ ସପ୍ତମୀରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ମନା

କୋଣାର୍କ, ଜାନୁଆରୀ ୨୮ : ଗତବର୍ଷ ଭଳି ଏବର୍ଷ ବି ଜାରି ରହିଛି କରୋନା ମହାମାରୀର ପ୍ରଭାବ । ଯାହାକୁ ନେଇ ସବୁ ପୂଜା ପର୍ବ ଉପରେ ଜାରି ରହିଛି କରୋନା କଟକଣା । ଗତବର୍ଷ ଭଳି ଏବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ବୁଡ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ ମାତ୍ର ଏବର୍ଷ ତାହା ଦେଖିବାକୁ ମିଳିନାହିଁ । ଏନେଇ ଜିଲ୍ଲା ପ୍ରଶାସନର ବୈଠକ ପରେ ନିଷ୍ପତି ନିଆଯାଇଛି । କେବଳ ରୀତିନୀତି ବଜାୟ ରଖିବା ପାଇଁ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ ପାଇଁ ଅନୁମତି ରହିଛି । ଫେବୃଆରୀ ୭ରେ ମାଘ ସପ୍ତମୀ ରହିଥିବା ବେଳେ କରୋନା କଟକଣା ମଧ୍ୟରେ ସବୁ ରୀତିୀନୀତି ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରୀବେଣୀଶ୍ୱଙ୍କ ମହାସ୍ନାନ କରୋନା କଟକଣା ମଧ୍ୟରେ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.