ଫିଲିପାଇନ୍ସ ନୌସେନାକୁ ବ୍ରାହ୍ମୋସର ସୁପରସୋନିକ୍ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ୨,୮୧୨ କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ, ଜାନୁଆରୀ ୨୮ : ଦୀର୍ଘ ଦିନ ଧରି ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ଭାବରେ ପରିଚିତ ଭାରତ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ହେବାକୁ ଯାଉଛି। ଏହି ଦିଗରେ ଫିଲିପାଇନ୍ସ ସହିତ ଏକ ବଡ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଫିଲିପାଇନ୍ସ ନୌସେନା ପାଇଁ ଭାରତ ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ବିକ୍ରୟ କରିବ। ବ୍ରାହ୍ମୋସ କ୍ଷେପଣାସ୍ତ୍ର ରପ୍ତାନି ପାଇଁ ଏହା ହେଉଛି ପ୍ରଥମ ଚୁକ୍ତି। ବ୍ରାହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର ଘଣ୍ଟା ପ୍ରତି ୪୩୨୧ କିଲୋମିଟର ବେଗରେ ଗତି କରିପାରେ,ଅର୍ଥାତ୍ ଶବ୍ଦଠୁ ତିନି ଗୁଣ ବେଗରେ ଗତି କରିବାକୁ ସକ୍ଷମ ଅଟେ। ବ୍ରାହ୍ମୋସ କ୍ଷେପଣାସ୍ତ୍ର କିଣିବା ପାଇଁ ଫିଲିପାଇନ୍ସ ଭାରତ ସହିତ ୩୭.୫୦ନିୟୁତ ଡଲାର (୨,୮୧୨ କୋଟି ଟଙ୍କା) ଚୁକ୍ତି କରିଛି। ସୂଚନା ମୁତାବକ ଉଭୟ ଦେଶର ଅଧିକାରୀ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଅତୁଲ ଡି ରାଣେ, ସିଇଓ, ବ୍ରାହ୍ମୋସ୍ ଏରୋସ୍ପେସ୍ ଇଣ୍ଡିଆ, ସଞ୍ଜୀବ ଯୋଶୀ, ଡେପୁଟି ସିଇଓ, ଲେ.ଟି. କର୍ଣ୍ଣେଲ ଆର ନେଗି ଏବଂ ପ୍ରବୀଣ ପାଠକ ଏହି ଅବସରରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.