ରାଜ୍ୟରେ ଖସିଲା ପାରଦ

ଭୁବନେଶ୍ବର,ଜାନୁଆରୀ ୨୯ : ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ, ପ୍ରଭାବରେ ଆହୁରି ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି। ୩୧ ତାରିଖରୁ ବଢିବ ରାତ୍ରି ତାପମାତ୍ରା କମିବ ଶୀତ। ୧୦ ଡ଼ିଗ୍ରୀ ତଳେ ୧୦ ସହରରେ ରାତ୍ରି ତାପମାତ୍ରା, ଦାରିଙ୍ଗବାଡି ଏବଂ ଫୁଲବାଣୀ ରେ ସର୍ବନିମ୍ନ ୬.୦ ଡ଼ିଗ୍ରୀ। ସେହିଭଳି କେନ୍ଦୁଝର ୮.୦ ଡ଼ିଗ୍ରୀ, ସୋନପୁର ୮.୦ ଡ଼ିଗ୍ରୀ, ଭବାନୀପାଟଣା ୮.୦ ଡ଼ିଗ୍ରୀ, ଝାରସୁଗୁଡା ୮.୪ ଡ଼ିଗ୍ରୀ, କୋରାପୁଟ ୯.୦ ଡ଼ିଗ୍ରୀ ,ନୟାଗଡ ୯.୦ ଡ଼ିଗ୍ରୀ , ବଲାଙ୍ଗୀର ୯.୦ ଡ଼ିଗ୍ରୀ ଅନୁଗୁଳ ୯.୦ ଡ଼ିଗ୍ରୀ , ବୌଦ୍ଧ ୧୦.୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ, ପ୍ରଭାବରେ ଆହୁରି ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୁତ ହୋଇପାରେ। ଏଥି ପାଇଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା , ବଲାଙ୍ଗୀର , ବରଗଡ଼ , ସୋନପୁର , ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।ସେହିଭଳି ୩୦ ତାରିଖରୁ ୩୧ ତାରିଖ ସକାଳ ମଧ୍ୟରେ ଝାରସୁଗୁଡା , ବଲାଙ୍ଗୀର , ବରଗଡ଼ , ସୋନପୁର , ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଲହରୀ ଅନୁଭୂତ ହୋଇପାରେ। ଏଥି ପାଇଁ ଏହି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରୀ କରାଯାଇଛି।

Leave A Reply

Your email address will not be published.