ଦେଶରେ ଗତ ୨୪ ଘଣ୍ଟାରେ ୨,୩୫,୫୩୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ୮୭୧ ମୃତ

ନୂଆଦିଲ୍ଲୀ ,ଜାନୁଆରୀ ୨୯ : ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ୨,୩୫,୫୩୨ ନୂତନ କରୋନା ମାମଲା ରିପୋର୍ଟ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ ରିପୋର୍ଟ କରିଛି। ଏହା ସହିତ ଦେଶରେ ଦୈନିକ ସକରାତ୍ମକତା ହାର ୧୩.୩୯ ପ୍ରତିଶତକୁ ଖସି ଆସିଛି। ମନ୍ତ୍ରଣାଳୟ ଅନୁଯାୟୀ ଦେଶର ସକ୍ରିୟ ସଂକ୍ରମିତ ୨୦,୦୪,୩୩୩ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୭୧ କୋଭିଡ୍ ମୃତ୍ୟୁ ଘଟିଛି ଏବଂ ୩,୩୫,୯୩୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତରି। ସାପ୍ତାହିକ ସକରାତ୍ମକତା ହାର ମଧ୍ୟ ଆଜି ହ୍ରାସ ପାଇ ୧୬.୮୯ ପ୍ରତିଶତ ରେକର୍ଡ କରାଯାଇଛି। ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଅଧୀନରେ ଏପର୍ଯ୍ୟନ୍ତ ୧୬୫.୦୪ କୋଟି ଟିକା ଡୋଜ ଦିଆଯାଇଛି। ମନ୍ତ୍ରଣାଳୟ ଏହାର ପ୍ରକାଶନରେ ସୂଚନା ଦେଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୭,୫୯,୪୩୪ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୭୨.୫୭ କୋଟିରୁ ଅଧିକ ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି।

Leave A Reply

Your email address will not be published.