କ୍ରାଇମବ୍ରାଞ୍ଚ କବଜାରେ ଜମତରା ଗ୍ୟାଙ୍ଗ୍‌ର ୩ ସଦସ୍ୟ, KYC ଅପଡେଟ୍ ନାଁରେ କରୁଥିଲେ ଲୁଟ୍

ଭୁବନେଶ୍ବର ୨୯।୧: କ୍ରାଇମବ୍ରାଞ୍ଚ କବଜାରେ ଜମତରା ଗ୍ୟାଙ୍ଗ୍ ସଦସ୍ୟ । ଜମତରା ଗ୍ୟାଙ୍ଗ୍ ର ତିନି ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଦୁଇ ଅଭିଯୁକ୍ତକୁ ଝାଡଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ୍ ରାଜ୍ୟରେ ସାଇବର ଲୁଟ୍ ସହ ସଂପୃକ୍ତ ଥିଲେ । କେଓ୍ବାଇସି ଅପଡେଟ୍ ନାଁରେ ଏମାନେ ଲୋକଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିଲେ । ତେବେ ଏ ନେଇ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ତନାଘନା ଚଳାଇଥିଲା । ଶେଷରେ ଏହି ଗ୍ୟାଙ୍ଗ୍ ର ୩ ଜଣ ସଦସ୍ୟଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । ତେବେ ଏମାନଙ୍କ ସହ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.