ସମସ୍ୟାର ହେଉନି ସମାଧାନ, ରାଜରାସ୍ତାରେ ଚାଷୀ

ଖଲ୍ଲିକୋଟ ୨୯।୦୧ :  ମଣ୍ଡିରୁ ଉଠୁନି ଧାନ , ଟୋକନ ରଦ୍ଦ ଆଶଙ୍କା । ଏପରି ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ରାଜରାସ୍ତାରେ ଚାଷୀ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପୋଟଲାମପୁର ଚାଷୀଙ୍କ ରାସ୍ତା ଅବରୋଧ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ନିଜର ଉତ୍ପାଦିତ ଧାନ ଶସ୍ୟକୁ ବିକିବା ନିମନ୍ତେ ଆନ୍ଦୋଳନ କରୁଛନ୍ତି । ସଦର ମହକୁମା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତରେ ଏବେ ଯାଏଁ ଚାଷୀଙ୍କ ଧାନ ଉଠିନି । ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଲାଗି ଟୋକନ ରଦ୍ଦ ହେବାର ଆଶଙ୍କା ରହିଛି ।୪୦୦ ଟୋକନ ମଧ୍ୟରୁ ୩୭ଟି ଟୋକନରେ ୧୪୬୧ କ୍ୱିଣ୍ଟାଲ ଧାନ କିଣାଯାଇଛି । ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛି ଚାଷୀ । ପୋଟଲାମପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ଚାଷୀମାନେ ବିକ୍ଷୋଭ କରିଛନ୍ତି । ଛତ୍ରପୁର-ତାରାତାରିଣୀ ମୁଖ୍ୟ ରାସ୍ତା ଅବରୋଧ ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।  ଏହାସହ ଗାଁରୁ ଛାତ୍ରପୁର ଓ ବ୍ରହ୍ମପୁରକୁ ଯାଉଥିବା ୨ଟି ପାଣି ପ୍ରକଳ୍ପକୁ ବନ୍ଦ କରିଥିବାରୁ ପାଣି ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଚାଷୀମାନେ ଏନେଇ ଜିଲ୍ଲା ପ୍ରଶାସନକୁ ଭେଟି ଅଭିଯୋଗ କରିଥିଲେ ବି କୌଣସି ସମାଧାନ ହୋଇନଥିଲା । ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛି ଚାଷୀ ।

Leave A Reply

Your email address will not be published.