ବଜେଟ୍ @୨୦୨୨: ଟିକସଦାତା ହତାଶ, ଆୟକର ସୀମାରେ ହେଲାନି କୌଣସି ପରିବର୍ତ୍ତନ

ନୂଆଦିଲ୍ଲୀ ୦୧/୦୨ : ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । କିନ୍ତୁ ବଜେଟରେ ନିରାଶ ହୋଇଛନ୍ତି ଟିକସଦାତା । ଟିକସଦାତାଙ୍କୁ ସରକାର କୌଣସି ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି । ଏପରିକି ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବୃଦ୍ଧି କରିନାହାଁନ୍ତି । ଏପରି ନିଷ୍ପତ୍ତିରେ ଚାକିରିଆ ନିରାଶ ହୋଇଛନ୍ତି । ବର୍ତ୍ତମାନ ଦରମା ନେଉଥିବା ଟିକସ ଦାତା ହତାଶ ହୋଇଛନ୍ତି । ଏବେ ଦରମାପ୍ରାପ୍ତ ଟିକସଦାତାଙ୍କୁ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିଥାଏ । ସେହିପରି ବଜେଟରେ ଟିକସଦାତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଟିକସ୍ ସ୍ଲାବ ବା ସୀମା ଅପରିବର୍ତ୍ତିତ ରହିଛି । ପୂର୍ବରୁ ମଧ୍ୟବିତ୍ତ ବର୍ଗ ସ୍ଲାବରେ ପରିବର୍ତ୍ତନ ସହ ଷ୍ଟାଣ୍ଡାର୍ଡ ଡିଡକ୍ସନ ପାଇଁ ଲଗାତର ଦାବି କରୁଥିଲେ ।  

Leave A Reply

Your email address will not be published.