ବଜେଟ୍‌ ୨୦୨୨-୨୩ : ବିଜେପି କହିଲା ଅତି ଚମତ୍କାର ବଜେଟ, ଲୋକଙ୍କ ପାଇଁ କିଛି ନାହିଁ-କଂଗ୍ରେସ

ନୂଆଦିଲ୍ଲୀ ୦୧।୦୨ : ସଂସଦରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ସାଧାରଣ ବଜେଟ । ଏହି ବଜେଟରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହାସହ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ତେବେ ବଜେଟ ଘୋଷଣା ପରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଛି । ଆସନ୍ତୁ ଜାଣିବା କେଉଁ ଦଳର ନେତା କଣ କହୁଛନ୍ତି । ବଜେଟ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ କହିଛନ୍ତି ଯେ, ଚଳିତ ବଜେଟ ଲୋକମାନଙ୍କ ସପକ୍ଷରେ ନାହିଁ । ବଜେଟରେ ଓଡିଶାକୁ ଅବହେଳା କରାଯାଇଛି । ରେଳ ବଜେଟ ଉପରେ ବହୁତ କିଛି କହିଛନ୍ତି କିନ୍ତୁ ଦେଖିବାକୁ ପଡିବ ଯେ ଏଥିରେ କେତେ ଭାଗ ଓଡିଶାକୁ ମିଳିଛି ।  ବନ୍ଦେ ଭାରତରେ ଯେଉଁ ୪୦୦ ଟ୍ରେନ ଚାଲିବ ସେଥିରୁ ଓଡିଶାକୁ କେତୋଟି ଟ୍ରେନ ଚାଲିବ ତାହା ଦେଖିବାକୁ ପଡିବ । ତେବେ ପୋଷ୍ଟ ଅଫିସ ଡିଜିଟାଲାଇଜେସନ ଏକ ସ୍ୱାଗଗତଯୋଗ୍ୟ ପଦକ୍ଷେପ । ଏହାଦ୍ବାରା ଗାଁରେ ରହୁଥିବା ଲୋକ ବିଶେଷ ସୁବିଧା ପାଇପାରିବେ ସେହିପରି ବଜେଟ୍ ପରେ ବିଜେପି ସାଂସଦ ସୁରେଶ ପୂଜାରୀଙ୍କ କହିଛନ୍ତି ଯେ, ଅତି ଚମତ୍କାର ବଜେଟ୍ । ଏଥିରେ ଯୁବବର୍ଗଙ୍କୁ ରୋଜଗାର ଓ କୃଷି ଭଳି ସେକ୍ଟରକୁ ଗୁରୁତ୍ବ ଦିଆଯାଇଛି । ଏହି ବଜେଟ୍ ରାଜ୍ୟ ଏବଂ ଜାତୀୟ ସ୍ତରର ଅଭିବୃଦ୍ଧି ସହ ସବୁ ବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ଯାହା ପୂର୍ବ ସରକାରରେ ହେଉନଥିଲା । ଦେଶରେ ୪ଶହଟି ନୂଆ ଟ୍ରେନ ଚଳାଚଳ କରିବ, ଆମେ ଆଶା କରୁଛୁ ଏହା ମଧ୍ୟରେ ଓଡିଶାର ମଧ୍ୟ ଭାଗ ରହିବ । ବିସ୍ତୃତ ରିପୋର୍ଟ ଆସିଲେ ଜଣାପଡିବ ।

Leave A Reply

Your email address will not be published.