ସାଲେପୁରରେ ହଠାତ ପହଞ୍ଚିଗଲେ ୮ଟି ଦେଶର ୧୫ରୁ ଉର୍ଦ୍ଧ୍ବ ବିଦେଶୀ

ସାଲେପୁର ୧୮।୨: କଟକ ଜିଲ୍ଲା ସାଲେପୁର ଅଞ୍ଚଳକୁ ଅଚାନକ ଆସିଲେ ୮ଟି ଦେଶର ବିଦେଶୀ ଭକ୍ତ । ବିଦେଶୀଙ୍କ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ବିଦେଶୀ ମହିଳା ଓ ପୁରୁଷ ଥିଲେ । ତେବେ ଏତେ ସଂଖ୍ୟକ ବିଦେଶୀଙ୍କୁ ଏକାସଙ୍ଗେ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଥିଲା । ଏହି ବିଦେଶୀମାନେ ସାଲେପୁର ଅଞ୍ଚଳରେ ପହଞ୍ଚି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତେବେ ହଠାତ ଏତେ ସଂଖ୍ୟକ ବିଦେଶୀ କାହିଁକି ଏଠାକୁ ଆସିଥିଲେ ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା ସେତିକି ଭୟ ମଧ୍ୟ ଥିଲା । କାହିଁକି ନା ପୂର୍ବରୁ ଏହି ଅଞ୍ଚଳ ସହ ଆତଙ୍କବାଦୀ ଲିଙ୍କ୍ ରହିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ସଂପୃକ୍ତି ଅଭିଯୋଗରେ ଅବଦୁର ରେହମାନକୁ ଗିରଫ କରାଯାଇଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ, ସାଲେପୁର ଲୁଣାହାର ଗାଁରେ ବଡ଼ ପୋଖରୀ ମାଟି ତଳୁ ଉଦ୍ଧାର ହୋଇଥିବା ବିରଳ ଲକ୍ଷ୍ମୀନୃସିଂହଙ୍କ ପ୍ରସ୍ତର ମୃର୍ତ୍ତି ପ୍ରତି ଆକୃଷ୍ଟ ହୋଇଥିଲେ ବିଦେଶୀ ଭକ୍ତ । ଦୁଇ ବର୍ଷ ତଳର ରହସ୍ୟମୟ ବଡ଼ ପୋଖରୀରୁ ବାହାରିଥିବା ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ନେଇ ଆହୁରି ଉତ୍କଣ୍ଠା ବଢ଼ି ଯାଇଥିଲା ।

Leave A Reply

Your email address will not be published.