ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି: ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ ଦୋରାଗୁଡା ପଂଚାୟତ କୋପାଗୁଡା ଗାଁର ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ ଓ କ୍ରିଷ୍ଣା ଖେମୁଡୁ । ଗତକାଲି ନିଜ ଭଉଣୀ ଘରକୁ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆନ୍ଧ୍ରପ୍ରଦେଶ ସୁଲେରୁ ଯାଇଥିଲେ ୩ ଭାଇ । କୌଣସି କଥାକୁ ନେଇ ଭିଣୋଇ ଓ ଶଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ରାଗିଯାଇ ରାତିରେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ଭିଣୋଇ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.