ଆଜି ଆସିବ CBSE ରେଜଲ୍ଟ । ଦିନ ୧୦ଟାରେ ଆସିବ ପରୀକ୍ଷା ଫଳ । ଚଲିତ ଥର ୪୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୪ ଲକ୍ଷ ୧୨ ହଜାର ପିଲା ଦଶମ ପରୀକ୍ଷା ଦେଇଥିବାବେଳେ ୧୭ଲକ୍ଷ ୮୮ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି । cbse.gov.in , cbseresults.nic.in ଏବଂ results.cbse.gov.in ସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ। ପିଲାମାନେ ସେମାନଙ୍କର ରୋଲ୍ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ । ସୂଚନାଯୋଗ୍ୟ, ସିବିଏସ୍ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ୍ ୪ରେ ଶେଷ ହୋଇଛି । ଚଳିତ ବର୍ଷ ସାରା ଦେଶରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୪୪ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି ।