ବଢିଲା ନୌସେନାର ଶକ୍ତି, ଆଇଏନଏସ ବିଶାଖାପଟ୍ଟନମରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୧୯/୦୨: ଭାରତୀୟ ନୌସେନାର ଯୁଦ୍ଧ ଜାହଜ ଆଇଏନ୍‌ଏସ ବିଶାଖାପଟ୍ଟନମ୍‌ରେ ପଶ୍ଚିମ ସମୁଦ୍ର ତଟରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଏହି ମିସାଇଲ ୪୩୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ୪୦୦ କିମି ଅଞ୍ଚଳକୁ ଏହା ଲକ୍ଷ୍ୟଭେଦ କରିପାରିବ । ନୌସେନାରେ ଏହା ସାମିଲ ହେବା ଦ୍ୱାରା ଶତ୍ରୁ ପକ୍ଷର ମୁକାବିଲା କରିବାକୁ ଅଧିକ ଶକ୍ତି ମିଳିବ । ଭାରତୀୟ ନୌସେନା ନିମନ୍ତେ ଅଣ୍ଡର ୱାଟର ବା ପାଣି ଭିତରୁ ପରିଚାଳିତ ହୋଇପାରୁଥିବା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ମଧ୍ୟ ଉଦ୍ଭାବନ କରାଯାଉଛି । ଏହି ଅଣ୍ଡର ୱାଟର ଭର୍ସନ ମିସାଇଲକୁ ଭାରତର ମିତ୍ରରାଷ୍ଟ୍ରକୁ ରପ୍ତାନି କରିବାର ଯୋଜନା ରଖାଯାଇଛି ।

Leave A Reply

Your email address will not be published.