ଗିରଫ ଏଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ମିଳିବ ଆବଶ୍ୟକୀୟ ସ୍ଵାସ୍ଥ୍ୟ ସେବା

କଟକ ୧୯।୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ମିଳିବ । ତ୍ରିନାଥଙ୍କୁ ଆବଶ୍ୟକୀୟ ସେବା ଯୋଗାଇଦେବାକୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜେଲ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ତ୍ରିନାଥଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଦାଲତ କହିଛନ୍ତି । ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିବା ଏହି କୋଟିପତି ପୋଲିସ ଅଧିକାରୀ ଜଣଙ୍କ ମଧୁମେହ ରୋଗୀ । ଗତ ୧୪ବର୍ଷ ହେଲା ସେ ବିଶେଷ ଚିକିତ୍ସା ପଦ୍ଧତି ଆପଣାଉଛନ୍ତି ।  ନିୟମିତ ଇନସୁଲିନ ନେଉଛନ୍ତି । ସେ ଗତ ଦେଢ ବର୍ଷ ହେବ ଅବସ୍ଟକ୍ଟିଭ ସ୍ଲିପ ଆପେନିଆ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ରୋଗ ପାଇଁ ସି-ପ୍ୟାକ୍ ମେସିନ ଧରି ନିୟମିତ ଶୋଇବାକୁ ହୋଇଥାଏ । ଏହି ଚିକିତ୍ସା ମଧ୍ୟ ତ୍ରିନାଥ ମିଶ୍ର ନିୟମିତ କରିଥାନ୍ତି । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଏହି ଚିକିତ୍ସା ପାଇଁ ଅନୁମତି ଦେଇ ନଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦେବାକୁ ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଥିଲା। ଏହାସହ ତାଙ୍କୁ ଘର ତିଆରି ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.