ଲଗାତର ଦ୍ୱିତୀୟ ମ୍ୟାଚରେ ଭେଙ୍କଟେଶଙ୍କ ଦମଦାର ବ୍ୟାଟିଂ

ନୂଆଦିଲ୍ଲୀ, ୧୯।୦୨ :  ଭାରତ ଓ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ଭେଙ୍କଟେଶ ଆୟର । ସେ ଇଣ୍ଡିଜ ବୋଲରଙ୍କୁ କଡା ପ୍ରହାର କରିଥିଲେ । ଖାସ୍ କରି ସେଲଡନ୍ କଟରେଲଙ୍କ ଏକ ଓଭରରେ ସେ ରନ୍ ବର୍ଷା କରିଥିଲେ ।ଭେଙ୍କଟେଶ ଲଗାତର ଦୁଇଟି ମ୍ୟାଚରେ ଦମଦାର ପାଳି ଖେଳିଛନ୍ତି । ଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ରେ ସେ ୧୩ ବଲରୁ ୨୪ ରନ୍ କରି ଦଳକୁ ଜିତାଇଥିଲେ । ସେହିପରି ଦ୍ୱିତୀୟ ଟି୨୦ରେ ୧୮ ବଲରୁ ୩୩ ରନ୍ କରିଥିଲେ । ଏପରିକି ସେ ଗୋଟିଏ ଓଭରରେ ୪ଟି ଛକା ଲଗାଇଥିଲେ । ଭେଙ୍କଟେଶ ଦ୍ୱିତୀୟ ଦିନିକିଆରେ ଦରକାର ବେଳେ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଭାରତୀୟ ଦଳ ୧୩.୪ ଓଭରରେ ୧୦୬ ରନରେ ୪ ଓ୍ୱିକେଟ୍ ହରାଇ ସାରିଥିଲା । ବିରାଟ କୋହଲି ୫୨ ରନ୍ କରି ଆଉଟ୍ ହୋଇଥିଲେ । ସେତେବେଳେ ବେଙ୍କଟେଶ କ୍ରିଜକୁ ଆସି ରନ୍ ବର୍ଷା କରିଥିଲେ । ପ୍ରଥମ ବଲରେ ସେ ଚଉଲା ଲଗାଇ ଖାତା ଖୋଲିଥିଲେ । ମ୍ୟାଚରେ ଭେଙ୍କଟେଶ ଏପରି ଏକ ସଟ୍ ମାରିଥିଲେ ଯେ, ଦଳର ଖେଳାଳି ପଡି ଯାଇଥିଲେ । ୧୬ ତମ ଓଭରର ପଞ୍ଚମ ବଲରେ ଏହି ସଟ୍ ଖେଳିଥିଲେ ସେ । ବଲ୍ ଏତେ ଜୋରରେ ଯାଇଥିଲା ଯେ ସିଧା ବାଉଣ୍ଡରୀ ବାହାରେ ବସିଥିବା ଖେଳାଳିଙ୍କ ପାଖରେ ପଡିଥିଲା । ଏପରିକି ଚହଲ ତଳେ ପଡିଯାଇଥିଲେ ।  

Leave A Reply

Your email address will not be published.