ବିବାହ କଲେ ଅଭିନେତା ବିକ୍ରାନ୍ତ ମେସି

ମୁମ୍ବାଇ ୧୯।୦୨ : ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଦୁହେଁ ପାରମ୍ପରିକ ରୀତିନୀତିରେ ଗତକାଲି ଆର୍ଥାତ୍‌ ଶୁକ୍ରବାର ଦିନ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟ ମ୍ୟାରେଜ୍‌ ହୋଇଥିଲା। ବର୍ତ୍ତମାନ ସେମାନେ ସମସ୍ତ ରୀତିନୀତି ଅନୁସାରେ ପରମ୍ପରା ସହିତ ବିବାହ କରିଛନ୍ତି।

Leave A Reply

Your email address will not be published.