ରାଗରେ ବଲକୁ ଗୋଇଠା ମାରିଲେ ରୋହିତ

ନୂଆଦିଲ୍ଲୀ, ୧୯।୦୨ :  ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । କିନ୍ତୁ ମୁକାବିଲାରେ ଭାରତର ଫିଲ୍ଡିଂ ସେତେଟା ଖାସ ନଥିଲା । ଦଳ ମ୍ୟାଚରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡିଥିଲା । ଦଳର ଦମଦାର ବୋଲର ଭୁବନେଶ୍ୱର କୁମାର ଏକ କ୍ୟାଚ୍ ଛାଡିଥିଲେ । ଯାହାକୁ ନେଇ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ । ଇଣ୍ଡିଜ ଇନିଂସର ୧୬ ତମ ଓଭରରେ ବୋଲିଂ କରୁଥିଲେ ଭୁବନେଶ୍ୱର କୁମାର । ଏହି ସମୟରେ ଫର୍ମରେ ଥିବା ରାଓମ୍ୟାନ୍ ପାଓ୍ୱେଲ୍ ଏକ ବଡ ସଟ୍ ଖେଳିବାକୁ ଚାହିଁଥିଲେ । ତେବେ ବଲ ଉପରକୁ ଉଠିଯାଇଥିଲା । ଭୁବନେଶ୍ୱର କୁମାର ନିଜ ବଲରେ କ୍ୟାଚ୍ ନେବାକୁ ଚାହୁଁଥିଲେ । କିନ୍ତୁ ସେ କ୍ୟାଚ୍ ଧରିପାରି ନଥିଲେ । ଏକ ସହଜ କ୍ୟାଚ୍ ଧରିପାରିନଥିଲେ ଭୁବନେଶ୍ୱର କୁମାର । ରୋହିତ ଶର୍ମା କ୍ୟାଚ୍ ନେବାକୁ ପ୍ରସ୍ତୁତ ଥିଲେ କିନ୍ତୁ ଭୁବନେଶ୍ୱରଙ୍କ ହାତରୁ ବଲ ଖସି ଯାଇଥିଲା । ବଲ ତଳେ ପଡିବା ପରେ ରୋହିତ ରାଗି ଯାଇଥିଲେ । ସେ ବଲକୁ ଏକ ଗୋଇଠା ମାରିଥିଲେ । ସବୁଠାରୁ ଖାସ୍ କଥା ହେଲା ଯେ, ରୋହିତ ଜୋରରେ ବଲକୁ ଗୋଇଠା ମାରିଥିଲେ । ଫଳରେ ଇଣ୍ଡିଜ ବ୍ୟାଟର ଗୋଟିଏ ରନ ନେବାରେ ସକ୍ଷମ ହୋଇଥିଲେ । ଏହି ବଲରେ ଇଣ୍ଡିଜକୁ ଦୁଇ ରନ୍ ମିଳିଥିଲା । ତେବେ ଭୁବନେଶ୍ୱର ଏହି କ୍ୟାଚ୍ ନଧିରାପରିବା ସମସ୍ତଙ୍କୁ ଚକିତ କରିଥିଲା । ପଡିଆରେ ଥିବା କିଛି ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave A Reply

Your email address will not be published.