ଫିଲ୍ମ ‘ଟାଇଗର-୩’ର ଶୁଟଂରେ ଆହତ ହେଲେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ ୧୯।୦୨ : ବଲିଉଡର ଦବଙ୍ଗ ଖାନ୍‌ ଓ କ୍ୟାଟ୍ରିନା କୈଫ ଆହତ। ସଲମାନଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଏପରିକି ତାଙ୍କ ମୁଣ୍ଡରୁ ରକ୍ତ ବୋହୁଥିବାର ଦେଖିବାକୁ ମିଳିଛି। ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଶୁଟିଂ ସେଟ୍‌ରୁ ଏଭଳି କିଛି ଫଟୋ ଲିକ୍‌ ହୋଇଛି। ଏବେ ଅପ୍‌କମିଂ ଫିଲ୍ମ ‘ଟାଇଗର-୩’ର ଶୁଟଂରେ ବ୍ୟସ୍ତ ଅଛନ୍ତି ସଲମାନ-କ୍ୟାଟ୍ରିନା। ବର୍ତ୍ତମାନ ଦିଲ୍ଲୀରେ ଏହି ଫିଲ୍ମର ଶୁଟିଂ ଚାଲିଛି। ତେବେ ଫିଲ୍ମର ଶୁଟିଂ ସେଟ୍‌ରୁ କିଛି ଫଟୋ  ସାମ୍ନାକୁ ଆସିଛି। ଯେଉଁ ଫଟୋରେ ସଲମାନ ଓ କ୍ୟାଟ୍ରିନା ଆହତ ହୋଇଥିବା ଦେଖିବାକୁ ମିଳିଛି। ତେବେ ପ୍ରକୃତରେ ତାଙ୍କୁ କୌଣସି ଆଘାତ ଲାଗି ନାହିଁ। ଫିଲ୍ମର ଏକ ଆକ୍ସନ ସିନ୍‌ ଶୁଟିଂ ବେଳେ ଦୁହିଁଙ୍କୁ ଏଭଳି ମେକ୍‌ଅପ୍‌ ଦିଆଯାଇଥିବା ବୋଲି ଜଣାପଡିଛି। ସଲମାନ-କ୍ୟାଟ୍ରିନାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମରେ ସଲମାନ-କ୍ୟାଟ୍ରିନାଙ୍କୁ ଆକ୍ସନ ଅବତାରରେ ନଜର ଆସିଛନ୍ତି । ନିର୍ଦ୍ଦେଶକ ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମର ‘ଏକ୍‌ ଥା ଟାଇଗର’ ଫ୍ରାଞ୍ଚାଇଜର ତୃତୀୟ ପାର୍ଟ। ୟଶ୍‌ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମ ଚଳିତ ବର୍ଷ ପରଦାକୁ ଆସିବ।

Leave A Reply

Your email address will not be published.