ରାଜନୈତିକ ହିଂସା : ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କ ଘର ଉପରେ ରାତିଅଧିଆ ଆକ୍ରମଣ

ବାସୁଦେବପୁର ୨୧।୨: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନୂଆଗାଁ ପଂଚାୟତ ଭାଟପଡା ଗ୍ରାମରେ ଦେଖିବାକୁ ମିଳିଛି ରାଜନୈତିକ ଆକ୍ରୋଶ । ଏହି ପଂଚାୟତର ୪ ନମ୍ବର ଓ୍ବାର୍ଡର ଓ୍ବାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘର ଉପରେ ଅକ୍ରୋଶ ରଖି ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଓ୍ବାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନ ଜେନା ଏକ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ହେଲେ ତାଙ୍କୁ ନିର୍ବାଚନ ନଲଢିବା ପାଇଁ ଅନ୍ୟ ଦଳର କର୍ମୀମାନେ ଧମକଚମକ ଦେଇ ଆସୁଥିଲେ । ରବିବାର ରାତି ପ୍ରାୟ ୧୦ଟା ସମୟରେ କିଛି ବ୍ୟକ୍ତି ଆସି ପଦ୍ମଲୋଚନ ଜେନା ରହୁଥିବା ଭଡା ଘରର ଆଜବେଷ୍ଟ ଭାଙ୍ଗିବା ସହିତ ମଟରସାଇକେଲ ଭାଙ୍ଗି ଚୁରମାର କରିଦେଇଥିଲେ । ସେହି ସମୟରେ ପଦ୍ମଲୋଚନ ତାଙ୍କ ଘରେ ନଥିଲେ । ଏହାସହ ପଦ୍ମଲୋଚନଙ୍କୁ ସମର୍ଥନ କରୁଥିବା କିଛି ବ୍ୟକ୍ତିଙ୍କ ଘରକୁ ମଧ୍ୟ ପଶି ଭଙ୍ଗାରୁଜା କରିଥିବା ବାସୁଦେବପୁର ଥାନାରେ ପୃଥକ ପୃଥକ ଲିଖିତ ଅଭିଯୋଗ ହୋଇଛି।

Leave A Reply

Your email address will not be published.