ମହଙ୍ଗା ପଡିଲା ଶିବ ଜୟନ୍ତୀରେ ମୋଟରସାଇକେଲ ରାଲି କରିବା

ମୁମ୍ୱାଇ ୨୧/୦୨: ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ଏବେ କିଛି ନେତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଠାରେ ବାଇକ୍ ରାଲି କରିଥିବାରୁ ବୁଲଢାଣା ଚିଖଲିରୁ ବିଜେପି ବିଧାୟକ ଶ୍ୱେତା ମହାଲେ ପାଟିଲ୍ ଏବଂ ୩୫ ଜଣ ମହିଳା ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ ପ୍ରୋଟୋକଲର ଉଲ୍ଲଂଘନ ପାଇଁ ପୋଲିସ ତାଙ୍କୁ ଏବଂ ଅନ୍ୟ ୩୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ସ୍ଥାନୀୟ ପୋଲିସର କହିବାନୁସାରେ, ରାଜ୍ୟରେ କୋଭିଡକୁ ଦୃଷ୍ଟିରେ ରଖି ଏହି ରାଲି କରିବା ପାଇଁ ଅନୁମତି ଦିଆଯାଇନଥିଲା । ବିଜେପି ବିଧାୟକ ମହାଲେ ପାଟିଲ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସେ ଏବଂ ତାଙ୍କ ସମର୍ଥକମାନେ ଛତ୍ରପତି ଶିବାଜୀ ମହାରାଜ ଏବଂ ତାଙ୍କ ମା ଜିଜାବାଇଙ୍କ ଅନୁଗାମୀ ମାନେ ରାଲି କରିଥିଲେ । ଏହାସହ ଆହୁରି ମଧ୍ୟ କୁହାଯାଇଛି ଯେ, ଆମ ନାଁରେ ମାମଲା ରୁଜୁ ହେବା ପରେ ବି ଆମେ ଏଥିରୁ ଓହରିଯିବୁନି । ବରଂ ରାଲି ଓ ଶୋଭାଯାତ୍ରା ଜାରି ରହିବ । ସେ କହିଛନ୍ତି, “ଆମେ ଜିଜା ମାତାଙ୍କ ଝିଅ । ଯଦି ଆମେ ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ଏକ ନିରବ ବାଇକ୍ ରାଲି କରିବା ପାଇଁ ପୋଲିସ ଆମ ବିରୋଧରେ ମାମଲା ରୁଜୁ କରିଛି ତେବେ ଆମେ ଗର୍ବୀତ । ଫେବୃଆରୀ ୧୯ରେ, ମରାଠା ଯୋଦ୍ଧା ରାଜାଙ୍କ ଜନ୍ମ ବାର୍ଷିକୀ ପାଳନ ଅବସସରେ ଶିବଶକ୍ତି ଶିବ ଜୟନ୍ତୀ ସମିତି ନାମକ ଏକ ସ୍ଥାନୀୟ ସଂଗଠନ ମୋଟରସାଇକେଲ ରାଲିର ଆୟୋଜନ କରିଥିଲା । ବିଜେପି ବିଧାୟକ ଶ୍ୱେତା ମହାଲେ ପାଟିଲଙ୍କ ସହ ଅନ୍ୟ ରାଜନୈତିକ ଦଳର ବହୁ ମହିଳା ଏହି ମୋଟରସାଇକେଲ ସମାବେଶରେ ଯୋଗ ଦେଇଥିଲେ । ତେବେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଧାରା ୧୪୪ର ଉଲ୍ଲଂଘନ ପାଇଁ ମହାଲେ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏପିପିସିର ଧାରା ୧୮୮, ୨୬୯, ୨୭୦ ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.