ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୬ ଜଣ ଅଟକ, ମନ୍ତ୍ରୀ ଦାମୋଦର ରାଉତଙ୍କ ଗାଡି ଭଙ୍ଗାରୁଜାରେ ସଂପୃକ୍ତ

ଜଗତସିଂହପୁର ୨୧।୨: ଜଗତସିଂହପୁର କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତରେ ପ୍ରଚାର ସମୟରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୬ ଅଟକ ।  ତିର୍ତ୍ତୋଲ ଥାନା ପୋଲିସ ସମସ୍ତଙ୍କୁ ଅଟକ ରଖିଛି । ରବିବାର ସନ୍ଧ୍ୟାରେ ସାଇଲୋ ପଞ୍ଚାୟତରେ ଦୁଇ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ପ୍ରଚାର ଶୋଭାଯାତ୍ରା ଉତ୍ତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେତେକ ଦୁର୍ବୃତ୍ତ ଦାମଙ୍କ ଗାଡିର ମିରର ଭାଙ୍ଗି ଦେବା ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.