ପୁଲଓ୍ୱାମାରେ ଆତଙ୍କବାଦୀ-ଯବାନ ମୁହାଁମୁହିଁ

ଶ୍ରୀନଗର ୧୨/୦୩: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କୁ ଗୁଳିରେ ୪ ଲଶ୍କର-ଇ-ତୋଇବା ଆତଙ୍କୀ ନିହତ । ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିଛନ୍ତି ସୁରକ୍ଷା କର୍ମୀ। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାନୁସାରେ, ଶୁକ୍ରବାର ରାତିରେ ସେନାକୁ ପୁଲଓ୍ୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ସେନା, ସ୍ଥାନୀୟ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନମାନେ ମଧ୍ୟ ଏହାର ଜବାବ ଦେଇଥିଲେ । ଫଳରେ ୪ ଜଣ ଲଶ୍କର ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେହିପରି ଅନ୍ୟ ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଯବାନମାନେ ଧରିଛନ୍ତି । ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.